Pratidin TV

Odisha's Digital News Platform

ରାପିଡୋ କମ୍ପାନୀକୁ ମୁମ୍ବାଇ ହାଇକୋର୍ଟର ନିର୍ଦ୍ଦେଶ , ତୁରନ୍ତ ବନ୍ଦ ହେବ ସମସ୍ତ ସେବା…

ମୁମ୍ବାଇ : ରାପିଡୋ କମ୍ପାନୀକୁ ବଡ ଝଟ୍‌କା । ରାପିଡୋର ବାଇକ୍‌,ଟ୍ୟାକ୍ସି ସମସ୍ତ ସର୍ଭିସଗୁଡିକୁ ଶୀଘ୍ର ବନ୍ଦ କରିବାକୁ ହାଇକୋର୍ଟ ଦେଲା ନିର୍ଦ୍ଦେଶ । ସୂଚନାଯୋଗ୍ୟ ଯେ ରାପିଡୋ କମ୍ପାନୀ ପୁନେ ସହରରେ ନିଜ ବାଇକ୍, ଟେକ୍ସି ସହ କମ୍ପାନୀ ରିକ୍ସା, ଡେଲିଭରି ଆଦି ସର୍ଭିସ ବିନା ଲାଇସେନ୍ସରେ ଚଳାଇଛି । ଏନେଇ ମୁମ୍ବାଇ ହାଇକୋର୍ଟ ପୁନେରେ ରାପିଡୋର ସମସ୍ତ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି ।

ଜଷ୍ଟିସ୍ ଗୌତମ ପଟେଲଙ୍କ ସୂଚନା ଅନୁଯାୟୀ କୋର୍ଟ ଶୁକ୍ରବାର ଠାରୁ ସମସ୍ତ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କୋର୍ଟର ଶୁଣାଣି ପରେ କମ୍ପାନୀ ତରଫରୁ ଜାନୁଆରୀ ୨୦ ତାରିଖ ସୁଦ୍ଧା ମହାରାଷ୍ଟ୍ରରେ ସମସ୍ତ ସେବା ବନ୍ଦ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ମାମମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ଶୁକ୍ରବାର ହେବ ବୋଲି କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।

ରାପିଡୋ ତରଫରୁ ୨୦୨୨ ମାର୍ଚ୍ଚ ୧୬ ତାରିଖରେ ଲାଇସେନ୍ସ ପାଇଁ ପୁଣେ ଆରଟିଓରେ ଆବେଦନ କରିଥିଲେ । ଏହାକୁ ରାଜ୍ୟ ପରିବହନ ବିଭାଗ ଖାରଜ କରିଦେଇଥିଲା । ଏବଂ ରାପିଡୋର କୌଣସି ସେବା ନନନେବାକୁ ସାଧାରଣ ଲୋକମାନଙ୍କୁ ଅନୁରୋଧ କରିଥିଲେ । ତେବେ ପୁଣିଥରେ ରାପିଡୋ ୨୯ ନଭେମ୍ବର ୨୦୨୨ ରେ ଲାଇସନ୍ସେ ପାଇଁ ଆବେଦନ କରିଥିଲା । କିନ୍ତୁ ରାପିଡୋ କମ୍ପାନୀର ବାଇକ ଟ୍ୟାକ୍ସି ଚଳାଚଳ ନେଇ କୌଣସି ନିଦ୍ଧିଷ୍ଟ ନିୟମ ବା ସଠିକତା ନଥିବାରୁ ଏହାକୁ ୨ୟ ଥର ଖାରଜ କରିଦେଇଛି ରାଜ୍ୟ ପରିବହନ ବିଭାଗ । ଏହା ସତ୍ୱେ ମଧ୍ୟ ରାପିଡୋ ବିନା ଲାଇସେନ୍ସ ରେ ନିର୍ଭିକତାର ସହ ନିଜ ସେବା ଯୋଗାଉଥିବାରୁ ଆରଟିଓ ତରଫରୁ କୋର୍ଟରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ଯାହାର ପ୍ରମାଣ ସହ ବର୍ତ୍ତମାନ ଏହି ସେବାକୁ ମୁମ୍ବାଇରୁ ମଧ୍ୟ ହଟାଇଦିଆଯିବ ।

Leave a Reply

Your email address will not be published. Required fields are marked *