ଏଣିକି ବୋହୂକୁ ତାନା ମାରିପାରିବେ ଶାଶୁ ଶଶୁର ; ବମ୍ୱେ ହାଇ କୋର୍ଟ।
1 min readବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ଯଦି ଶାଶୁ ଏବଂ ଶ୍ୱଶୁର ଖାଦ୍ୟ ରାନ୍ଧିବାରେ ସକ୍ଷମ ନହେବା କାରଣରୁ ଝିଅର ପିତାମାତାଙ୍କ ଉପରେ କୌଣସି ମନ୍ତବ୍ୟ ଦିଅନ୍ତି, ତେବେ ଏହା ନିଷ୍ଠୁରତା ନୁହେଁ । ଏହା ଭାରତୀୟ। ଦଣ୍ଡ ସହିଁତାର ଧାରା ୪୯୮ଏ ଅନୁଯାୟୀ କୌଣସି ଦଣ୍ଡ ନାହିଁ।
ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଭୀଲାୱାଡି ପୋଲିସ ଷ୍ଟେସନରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ମାମଲା ଦାୟର କରିଥିଲେ ଯେଉଁଥିରେ ତାଙ୍କ ବିବାହ ଜୁଲାଇ ୧୩ ରେ ହୋଇଥିଲା। ତାଙ୍କ କହିବା ଅନୁସାରେ ତାଙ୍କୁ ୨୦୨୦ ନଭେମ୍ବର ରେ ତାଙ୍କୁ ତାଙ୍କ ଶାଶୁ ଘରୁ ବାହାର କରିଦେଇଥିଲେ।ଯାହା ପରେ ସେ ୯ ଜାନୁଆରୀ ୨୦୨୧ରେ ତ୍ନକାସସୁ ଘର ସମ୍ପର୍କୀୟଙ୍କ ନାମରେ ଏଫ୍ଆଇଆର୍ ଦେଇଥିଲେ। ମହିଳା ଦାବି କରିଥିଲେ କି ବିବାହ ପରେ ତାଙ୍କ ସ୍ଵାମୀ ତାଙ୍କ ସହ ବୈବାହିକ ସମ୍ପର୍କ ରଖିବାରେ ଅସମର୍ଥ ଥିଲେ।ମହିଳା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଭାଇ ତାଙ୍କୁ ରୋଷେଇ କରିବା ଜାଣି ନାହାଁନ୍ତି ଏବଂ ତାଙ୍କ ପିତାମାତା ତାଙ୍କୁ କିଛି ଶିଖାଇ ନଥିବା କଥା ତାଙ୍କୁ କହି ଅପମାନିତ କରିଛନ୍ତି।
କୋର୍ଟ କହିଛି, “ବର୍ତ୍ତମାନ ମାମଲାରେ ଏହି ଆବେଦନକାରୀଙ୍କ ବିରୋଧରେ ଏକମାତ୍ର ଅଭିଯୋଗ ହେଉଛି ଯେ ମହିଳା ଖାଦ୍ୟ ରାନ୍ଧିବାରେ ଅସମର୍ଥ ଥିବାରୁ ସେମାନେ ମନ୍ତବ୍ୟ ଦେଇଛନ୍ତି। ଏହିପରି ମନ୍ତବ୍ୟ ପାଇଁ ଆଇପିସି ଧାରା ୪୯୮ଏ ଅନୁଯାୟୀ ଏହା ଅପରାଧ ନୁହେଁ, ଏହାକୁ ପ୍ରମାଣିତ କରିବାକୁ ହେଲେ ମହିଳାଙ୍କ ସହ ଲଗାତାର କ୍ରୁରତା ହଉଛି ବୋଲି ପ୍ରମାଣ କରିବାକୁ ହେବା ।