Pratidin TV

Odisha's Digital News Platform

ଶ୍ରୀଦେବୀଙ୍କୁ ମନେ ପକାଇ କାନ୍ଦିଲେ ବୋନି କାପୁର ..

1 min read

ପଞ୍ଚଭୂତ ଲୀନ ହୋଇଯାଇଛନ୍ତି ଅଭିନେତ୍ରୀ ଶ୍ରୀଦେବୀ । ତାଙ୍କର ମୃତ୍ୟକୁ ବର୍ଷପରେ ବର୍ଷ ବିତିଗଲାଣି । ହେଲେ ଆଜିବି ତାଙ୍କୁ ଝୁରି ହେଉଛନ୍ତି ସ୍ୱାମୀ । ତାଙ୍କ ସ୍ମୃତି ସବୁବେଳେ ମନେ ପକଉଛନ୍ତି । ଯେତେବେଳେ ଶ୍ରୀଦେବୀ ଙ୍କ କଥା ଶୁଣୁଛନ୍ତି ସେତେବେଳେ ସେ ଭବବିହ୍ୱଳ ହୋଇପଡୁଛନ୍ତି ।ନିକଟରେ ବୋନି କପୁର ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ । ଏହି ସାକ୍ଷାତକାରରେ ଭାବବିହ୍ୱଳ ହୋଇ ସେ କହିଥିଲେ, ‘ଏମିତି କୌଣସିି ମୁହୂର୍ତ୍ତ ନାହିଁ ଯେଉଁଥିରେ ଶ୍ରୀଦେବୀ ମନେପଡ଼ନ୍ତି ନାହିଁ ।

ଦିନକୁ ଦିନ ସେ ମୋର ଅଧିକରୁ ଅଧିକ ମନେ ପଡ଼ୁଛନ୍ତି । ମନ ଭିତରେ ତାଙ୍କର ସ୍ମୃତିକୁ ଚାପି ଧରି ମୁଁ ଆଗେଇ ଚାଲିଛି । ଶ୍ରୀଦେବୀଙ୍କୁ ବାହାହେବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ସେ ମୋତେ ଏମିତି ଅଧାରୁ ଛାଡି ଚାଲିଯିବେ ବୋଲି ମୁଁ କେବେ ବି ଭାବି ନଥିଲି । ଆଗକୁ ମୁଁ ଆଉ ଶ୍ରୀଙ୍କ ବିଷୟରେ କିଛି କହି ପାରିବି ନାହିଁ । ଶ୍ରୀଙ୍କ ମୃତ୍ୟୁ ହୋଇଯାଇଛି ଭାବିଲା ବେଳକୁ ମୁଁ ସ୍ଥାଣୁ ପାଲିଟି ଯାଉଛି । କାରଣ ଶ୍ରୀଙ୍କ ଯେଉଁଦିନ ମୃତ୍ୟୁ ହୋଇଥିଲା ସେଦିନର କଷ୍ଟ ଓ ଯନ୍ତ୍ରଣା ଆଜି ବି ମନେ ଅଛି । ମୁଁ ସେ ଦୁଃଖରୁ ଚେଷ୍ଟା କରିବି ବାହାରି ପାରୁନାହିଁ । ଶ୍ରୀଙ୍କୁ ମୁଁ ଖୁବ ଭଲ ପାଉଥିଲି ଓ ପାଉଥିବି ମଧ୍ୟ ।’

Advertisement

Leave a Reply

Your email address will not be published. Required fields are marked *