Pratidin TV

Odisha's Digital News Platform

ସାବଧାନ ! ବହି ନେଉଛି ଜୀବନ

1 min read

ନୂଆଦିଲ୍ଲୀ : ବହି ତ ଆପଣ ମାନେ ବିଭିନ୍ନ ପ୍ରକାର ଦେଖିଥିବେ ଆଉ ପଢି ମଧ୍ୟ ଥିବେ ହେଲେ ବିଷାକ୍ତ ବହି ବିଷୟରେ ଆପଣମାନେ ଜାଣିଛନ୍ତି କି । ଦୁନିଆରେ ଏମିତି ବହି ଅଛି ଯାହା ଲୋକଙ୍କ ଜୀବନ ମଧ୍ୟ ନେଇଯାଉଛି । ତେଣୁ ଆପଣମାନେ ବହି କିଣିବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ ! କାରଣ ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ ।

Advertisement

ଡ଼.ମଲିସା ନାମକ ଜଣେ ମହିଳା ଏହି ବିଷାକ୍ତ ବହିକୁ ଚିହ୍ନଟ କରିଛନ୍ତି । ପୁରୁଣା ବହିକୁ ନୂଆ ରୁପ ଦେବାରେ ମାହିର ଡ଼ ମେଲିସା । ଦିନେ ସେ ଗୋଟିଏ ବହିକୁ ସଜାଡ଼ୁଥିବା ବେଳେ ସେ ଗୋଟିଏ ସବୁଜ ରଙ୍ଗର ବହି ପାଇଲେ । ଆଉ ସେହି ବହିର କଭର ପେଜ୍େର ଆରେସନିକ୍ ନାମକ ଏକ ଧାତୁ ଥିବା ଜାଣିବାକୁ ପାଇଲେ । ୧୮୦୦ ମସିହାରେ ଲୋକମାନେ ସବୁଜ ରଙ୍ଗକୁ ଖୁବ୍ ଭଲ ପାଉଥିଲେ । ଏପରିକି ଯାହାକୁ ଅମେରାଲ୍ଡ ଗ୍ରିନ୍ ବୋଲି କୁହାଯାଏ । ତେଣୁ ସେ ଏହି ରଙ୍ଗକୁ ବିଭିନ୍ନ ସ୍ଥାନରେ ବ୍ୟବହାର କରୁଥିଲେ । ଏପରିକି ବହିରେ ମଧ୍ୟ ବ୍ୟବହାର କରୁଥିଲେ । ଆଉ ଏଥିପାଇଁ ଦରକାର ପଡ଼ିଥାଏ ଆରେସନିକ ନାମକ ଗୋଟିଏ ଧାତୁ । ଯାହା ଏକ ପ୍ରକାର ବିଷ ଅଟେ ।

ଏହି ବହି କାରଣରୁ କିଛି ୩ ରୁ ୪ ଜଣ ଛୋଟ ପିଲାଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହି ବହି ପୃଥିବୀର ବିଭିନ୍ନ ସ୍ଥାନରେ ବିକ୍ରି ମଧ୍ୟ ହେଉଛି । ଯଦି ଏହିପରି କିଛି ବହିକୁ ଆପଣମାନେ ବଜାରରେ ପାଆନ୍ତି ତେବେ ଆମର ଏହି ଭିଡ଼ିଓ ଦେଖନ୍ତୁ ଆଉ ସତର୍କ ହୋଇଯାଆନ୍ତୁ ।

Leave a Reply

Your email address will not be published. Required fields are marked *