Pratidin TV

Odisha's Digital News Platform

ବୁଷ୍ଟର ଡୋଜକୁ ନେଇ ଗାଇଡଲାଇନ୍ ବଦଳିଲା: ଅପେକ୍ଷା କରିବାକୁ ପଡିବନି ୯ ମାସ

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ଟୀକାକୁ ନେଇ ଏକ ବଡ ପରିବର୍ତ୍ତନ କରିଛନ୍ତି । ବୁଷ୍ଟର ଡୋଜ୍ ନେବା ପାଇଁ ଏବେ ଆଉ ୯ ମାସ ଅପେକ୍ଷା କରିବାକୁ ପଡିବ ନାହିଁ । ବୁଷ୍ଟର ଡୋଜ୍ ୯ ମାସ ପରିବର୍ତ୍ତେ ୬ ମାସ ପରେ ନେଇପାରିବେ । ଯଦି ଆପଣ ଦ୍ୱିତୀୟ ଡୋଜ ନେଇ ସାରିଛନ୍ତି ତେବେ ଆପଣଙ୍କୁ ବୁଷ୍ଟର ଡୋଜ ପାଇଁ ୯ ମାସ ପରିବର୍ତ୍ତେ ୬ ମାସ ବା ୨୬ ସପ୍ତାହ ଅପେକ୍ଷା କରିବାକୁ ପଡିବ । ସରକାରଙ୍କ ପକ୍ଷରୁ ଏହି ସୂଚନା ଦଆଯାଇ କୁହାଯାଇଛି ୧୮ ରୁ ୫୯ ବର୍ଷ ପର୍ୟ୍ୟନ୍ତ ଲୋକଙ୍କୁ ଏବେ ୯ ମାସ ପରିବର୍ତ୍ତେ ୬ ମାସ ପରେ ବୁଷ୍ଟର ଡୋଜ ଦିଆଯିବ ।

ଟୀକାରଣକୁ ନେଇ ସରକାରଙ୍କ ପରାମର୍ଶଦାତା ସଂସ୍ଥା ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ ଇମ୍ୟୁନାଇଜେସନ (ଏନଟିଏଜିଆଇ) ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍ ମଧ୍ୟରେ ସମୟସୀମାକୁ କମ୍ କରିବା ପାଇଁ ସୁପାରିଶ କରିଥିଲା  । ଏନଟିଏଜିଆଇ ଏହା ବ୍ୟତୀତ ୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଟୀକା ଦେବାକୁ ବ୍ୟବସ୍ଥା କରିବା ପାଇଁ ସୁପାରିଶ କରିଛି  । ଏବେ ୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସର ପିଲାଙ୍କୁ ଟାକୀକରଣ ବ୍ୟବସ୍ଥା ରହିଛି  ।

Advertisement

Leave a Reply

Your email address will not be published. Required fields are marked *