Pratidin TV

Odisha's Digital News Platform

ମଝି ଆକାଶରେ ଶୁଭିଲା କୁଆଁ କୁଆଁ , ବିମାନରେ ପାଇଲଟ୍ କରାଇଲେ ମହିଳାଙ୍କର ପ୍ରସବ …

1 min read

ମଝି ଆକାଶରେ ଶୁଭିଲା କୁଆଁ କୁଆଁ । ବିମାନରେ ସନ୍ତାନ ଜନ୍ମ ଦେଲେ ମହିଳା । ଆଉ ସେହି ସନ୍ତାନକୁ ପ୍ରସବ କରିବାରେ ସାହାଯ୍ୟ କଲେ ପାଇଲଟ୍ । ତେବେ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତାଇୱାନରୁ ବ୍ୟାଙ୍କକକୁ ଭିଏତଜେଟ୍ ବିମାନ ଯାଉଥିବା ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି ।

ତେବେ ବିମାନଟି ମଝି ଆକାଶରେ ଉଡୁଥିବା ବେଳେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହି ବିମାନର ପାଇଲଟ ଜାକରିନ୍ ସରନରାସ୍କୁଲ୍ ଙ୍କୁ କ୍ୟାବିନ କର୍ମଚାରୀମାନେ କହିଥିଲେ ଯେ । ବିମାନର ବାଥରୁମରେ ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେଉଛି । ଏହା ଶୁଣିବା ପରେ କକପିଟରୁ ବାହାରି ଆସିଥିଲେ । କେବଳ ଏତିକି ନୁହେଁ, ସେ ମହିଳାଙ୍କୁ ଡାକ୍ତରଙ୍କ ପରି ପ୍ରସବ ମଧ୍ୟ କରାଇଥିଲେ । ତେବେ ଏହା ପୂର୍ବରୁ ତାଙ୍କର ପ୍ରସବ କରିବାର ଅବିଜ୍ଞତା ନଥିଲା । ସେ କେବେ ବି ପ୍ରସବ କରାଇନଥିଲେ । ଏହା ତାଙ୍କ ଜୀବନର ପ୍ରଥମ ଘଟଣା । ଏହାପରେ ବିମାନଟି ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଅବତରଣ କରିଥିଲା । ସେଠାରେ ପାରାମେଡିକ୍ସ ମହିଳାଙ୍କୁ ଅପେକ୍ଷା କରିଥିଲେ ।

Advertisement


ତେବେ ବର୍ତ୍ତମାନ ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି । ପାଇଲଟ୍ ନବଜାତକ ଶିଶୁ ବିଷୟରେ ସେ କହିଛନ୍ତି ଯେ ସେ ସାରା ଜୀବନ ସମସ୍ତଙ୍କୁ କହିପାରିବେ ଯେ ସେ ଆକାଶରେ ଜନ୍ମ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ତାଙ୍କୁ ନେଇ ଗର୍ବିତ ଅନୁଭବ କରୁଛି, ଯେ ମୁଁ ତାଙ୍କୁ ଦୁନିଆକୁ ଆଣିବାରେ ସାହାଯ୍ୟ କରିପାରିଛି । ତେବେ ବିମାନ କର୍ମଚାରୀ ମାନେ ସେହି ନବଜାତକର ନାମ ‘ଆକାଶ’ ରଖିଛନ୍ତି ।

Leave a Reply

Your email address will not be published. Required fields are marked *