Pratidin TV

Odisha's Digital News Platform

ବିଶ୍ୱାସ-ଅବିଶ୍ୱାସ- ଅନ୍ଧବିଶ୍ୱାସ ; ନବମ ଶ୍ରେଣୀ ଛାତ୍ର କହୁଛି ଲୋକଙ୍କ ଭବିଷ୍ୟ , ହାତ ମାରିଦେଲେ ଭଲ ହୋଇଯାଉଛି ସମସ୍ତ ରୋଗ ..

1 min read

ବୌଦ୍ଧ : ବିଶ୍ୱାସ, ଅବିଶ୍ୱାସ ନା ଅନ୍ଧବିଶ୍ୱାସ ! ନିକଟରେ ବୌଦ୍ଧ ଜିଲ୍ଲାରୁ ସାମ୍ନାକୁ ଆସିଛି କିଛି ଏଭଳି ଦୃଶ୍ୟ ।ଯାହ ଲୋକମାନଙ୍କୁ ଏହି ବିଜ୍ଞାନ ଯୁଗରେ କରାଇଛି ଆଶ୍ଚର୍ଯ୍ୟ । କଣ ସତରେ ଲୋକମାନଙ୍କ ହାତ ଦେଖି କେହି ଭବିଷ୍ୟ କହିପାରେ । କଳିଯୁଗରେ ଭଣ୍ଡ ବାବାଙ୍କ ଗହଳରେ ଭବିହ୍ୟ କହୁଛି କୁନି ବାଳକ । ବୟସ ମାତ୍ର ୧୩ , ପାଠ ପଢା ସହ ଦେଖୁଛି ଲୋକଙ୍କ ହାତ କହୁଛି ଲୋକଙ୍କ ଭୁତ ଭବିଷ୍ୟତ । ଏଭଳି କିଛି ପ୍ରଚାର ହେବାପରେ ଏବେ କୁନି ବାବାଙ୍କ ପାଖରେ ଲାଗୁଛି ଲୋକଙ୍କ ଗହଳି ।

ଏ କୁନି ବାବା ଜଣକ ହେଉଛି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ସୁର୍ଗାଭଟା ଖେତିପଡା ଗାଁର ୧୩ ବର୍ଷୀୟ ସ୍ୱାଧିନ ରଣା । ସ୍ବାଧିନ ପାଖ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛି । ଗତ ୩୦ ତାରିଖରରେ ହଠାତ ଭାଗବାନଙ୍କ ପାଖରୁ ବରଦାନ ପାଇଥିବା କହୁଛି ସ୍ୱାଧିନ । ଏଣୁ ଏବେ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଦିନ ସ୍ୱାଧିନ ନିଜ ଘର ବାରିପଟେ ଥିବା ଭୋଲେବାବାଙ୍କ ଠାରେ ପୂଜା କରୁଛି । ସପ୍ତାହର ଅନ୍ୟଦିନ ମାନଙ୍କରେ ସେ ପାଠ ପଢିବାକୁ ଯାଉଥିବାବେଳେ ସୋମବାର ଓ ଶୁକ୍ରବାର ସେ ସେଠାରେ ରହି ଲୋକଙ୍କ ହାତ ଦେଖୁଛି ଓ ଭୁତ ଭବିଷ୍ୟତ କହୁଛି ।

Advertisement

ଏସବୁ ପ୍ରଚାର ହେବାପରେ ପ୍ରତ୍ୟେକ ସୋମବାର ଓ ଶୁକ୍ରବାର ଦିନ ସେଠାରେ ଜମୁଛି ଲୋକଙ୍କ ଭିଡ଼ । ଛୋଟବେଳୁ ସ୍ୱାଧିନ ପୂଜା କାର୍ଯ୍ୟ କରୁଥିଲା ଆଉ ଏବେ ତାକୁ ଭଗବାନ ଅଶିର୍ବାଦକରିଥିବା ସ୍ୱାଧିନ ର ବାପା କହୁଛନ୍ତି । ଭଗବାନଙ୍କ ଆଶିର୍ବାଦରୁ ଏହା ସମ୍ଭବ ହୋଇଥିବା କହୁଛି କୁନି ବାବା ସ୍ୱାଧିନ ।

Leave a Reply

Your email address will not be published. Required fields are marked *