Pratidin TV

Odisha's Digital News Platform

ଚର୍ଚ୍ଚାରେ ଗରିବ ଚିତ୍ରଶିଳ୍ପୀ ନିବାସ , ତାଙ୍କ ପେନସିଲ ମୁନରେ ଜୀବନ୍ତ ହେଉଛି ଛବି

1 min read

ବୌଦ୍ଧ : ଆପଣମାନେ ଅନେକ ଚିତ୍ରଶିଳ୍ପୀ ମାନଙ୍କ ବିଷୟରେ ଜାଣିଥିବେ । କିଏ ନିଜ ଶଉକ୍ ପାଇଁ ଚିତ୍ର ଆଙ୍କୁଛି ତ କିଏ ନିଜ ଟାଇମପାସ୍ ପାଇଁ ଆଉ କେହି କେହି ଟଙ୍କା ଦେଇ ମଧ୍ୟ ଶିଖିବାକୁ ଯାଉଛନ୍ତି ଚିତ୍ର । କିନ୍ତୁ ବିନା ଗୁରୁରରେ ବିନା ଟଙ୍କାରେ ନିଜ ହାତରେ ଆଙ୍କିପକାଉଛନ୍ତି ଜୀବନ୍ତ ଛବି । ଗରିବୀର ପରିସ୍ଥିତି ଆଗରେ ହାର ନମାନି ନିଜ ପ୍ରତିଭାକୁ ବିକଶିତ କରିବା ପାଇଁ ପ୍ରାଣପଣେ ଲାଗିପଡିଛନ୍ତି ନିବାସ । ଚାଲନ୍ତୁ ଜାଣିବା କିଏ ନିବାସ ? ଆଉ କଣ ତାଙ୍କ ପ୍ରତିଭା ?

ପେନସିଲ୍ ହାତରେ ଧରିବା ମାତ୍ରେ ଆଙ୍କି ପକାଉଛନ୍ତି ଦେବାଦେବୀ, ମହାପୁରୁଷ, ସିନେତାରକା ଭଳି ଅନେକ ଗୁଡ଼ିଏ ଫଟୋ । କୁହାଯାଏ ଗୁରୁ ବିନା କାର୍ଯ୍ୟ ଅସମ୍ଭବ ହେଲେ ବିନା କୌଣସି ତାଲିମ୍, ବିନା ଗୁରୁ ରେ ଆଜି ଆଙ୍କି ପକାଉଛନ୍ତି ଭଳିକି ଭଳି ଚିତ୍ର।ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ପଲସାଗୋରା ପଞ୍ଚାୟତ କୁଣ୍ଡାମାଲ୍ ଗ୍ରାମ ର ନିବାସ ସୁନା । ପିଲାଟି ଦିନରୁ ଇଚ୍ଛା ଥିଲା ଜଣେ ଭଲ ଚିତ୍ରଶିଳ୍ପୀ ହେବା ପାଇଁ। ପିଲାଟି ଦିନରୁ ପାଠ ପଢିବା ସହ ଟିକିଏ ସମୟ ପାଇଲେ ଆଙ୍କି ଦିଅନ୍ତି ବିଭିନ୍ନ ଚିତ୍ର। ଥରେ ଦେଖନ୍ତୁ ଆଜିର ଏ କାନ୍ଥ ମାନଙ୍କୁ କାନ୍ଥରେ ଶୋଭାପାଉଛି ଦେଶର ମହାପୁରୁଷ ମାନଙ୍କ ଫଟୋ।

Advertisement

ହେଲେ ନିବାସ ଙ୍କ ବଡ଼ ଚିତ୍ରଶିଳ୍ପୀ ହେବାର ସ୍ବପ୍ନ ଆଜି ସ୍ଵପ୍ନ ହୋଇ ରହିଯାଇଛି। ସେ ଜଣେ ଚିତ୍ରଶିଳ୍ପୀ ସହ ଜଣେ ମେଧାବୀ ଛାତ୍ର ହୋଇ ମଧ୍ୟ ଆଗକୁ ବଢିବା ରେ ଅର୍ଥ ସାଜିଛି ବାଧକ। ୭ ବର୍ଷ ହେବ ମାଆ ଆରପାରି କୁ ଚାଲିଗଲେ, ଏବେ ଭଉଣୀ ଆଉ ତାଙ୍କ ବାପା ଙ୍କ ସହ ରହୁଛନ୍ତି ନିବାସ । ଯେତେବେଳେ ନିବାସ ବାପା କୁ କୁହେ ମୁଁ ଭଲ ଆର୍ଟ କଲେଜରେ ପାଠ ପଢିବି ବଡ଼ ଚିତ୍ରଶିଳ୍ପୀ ଟିଏ ହେବି ସେତେବେଳେ ବାପା ଙ୍କ ଆଖିରୁ ଆସିଯାଏ ଲୁହ। କାରଣ ବାପା ଜଣେ ଦିନ ମଜୁରୀଆ । ପୁଅର ପେନସିଲ୍,କଲର୍ ଖର୍ଚ୍ଚ ପାଇଁ ପର ଘରେ ମୂଲ ଲାଗି ଟଙ୍କା ଆଣେ ।

ଏବେ ଅସହାୟ ପରିବାର ନିବେଦନ କରିଛନ୍ତି ଯଦି ସରକାରଙ୍କ କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ ଭଲ ଆର୍ଟ କଲେଜରେ ପାଠ ପଢିବାର ବ୍ୟବସ୍ଥା କରିବେ ତାହେଲେ ଆଗାମୀ ଦିନରେ ଭଲ ଚିତ୍ରଶିଳ୍ପୀ ଟିଏ ହୋଇପାରିବ। ପୂର୍ବରୁ ଆପଣମାନେ ଆମେ ସୁନିଲ୍ ଓ ରିଶିବ ଚିତ୍ର ଆଙ୍କି ଚର୍ଚ୍ଚା ଥିଲେ ଏବେ ନିବାସ ମଧ୍ୟ ଭଳିକି ଭଳି ଚିତ୍ର ଆଙ୍କି ଲୋକଙ୍କ ମନ ଜିଣିପାରୁଛନ୍ତି। ଯଦି ବୌଦ୍ଧ ଜିଲ୍ଲା ପ୍ରଶାସନ ଏହି ଚିତ୍ରଶିଳ୍ପୀ ମାନଙ୍କୁ ସହଯୋଗ କରନ୍ତେ ତାହେଲେ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲା ଏକ ଚିତ୍ରଶିଳ୍ପୀର ଜିଲ୍ଲାର ପରିଚୟ ପାଇ ପାରନ୍ତା।

Leave a Reply

Your email address will not be published. Required fields are marked *