Pratidin TV

Odisha's Digital News Platform

ଭାରତ କ୍ରିକେଟକୁ ବଡ ଝଟକା : ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡିଲେ ମହମ୍ମଦ ଶ୍ୟାମି

1 min read

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୦ ତାରିଖରେ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି । ଭାରତର ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ଶାମି କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି ।
ଏନେଇ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ ଦିଆଯାଇଛି । ତେବେ ଭାରତ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶାମି ଅଷ୍ଟ୍ରେଲିଆ ସିରିଜରୁ ବାଦ ପଡିବାରୁ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ବଢିଯାଇଛି । ତେବେ ଶାମିକଙ୍କ ବଦଳରେ ଏବେ ଭାରତ ଟି-୨୦ ଟିମ୍ ରେ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି ।

ସୂଚନା ଅନୁଯାୟୀ ଶାମି କରୋନା ପଜେଟିଭ୍‌ରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ ଠାରେ ସେମିତି କୌଣସି ଲକ୍ଷଣ ଦେଖାଯାଇନାହିଁ । ତେବେ ସେ ଏହି ଅଷ୍ଟ୍ରେଲିଆ ସିରିଜ୍ ରୁ ବାଦ ପଡିଥିବା ବେଳେ , ସେପ୍ଟେମ୍ବର ୨୮ ତାରିଖରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ସିରିଜରେ ଖେଳିପାରନ୍ତି । କିନ୍ତୁ ଏହି ସିରିଜ୍ ପୂର୍ବରୁ ବିସିସିଆଇର ମେଡିକାଲ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବ । ଯଦି ତାଙ୍କ ରିପୋର୍ଟ ନେଗେଟିଭ ଆସିବ ବା ସେ ସୁସ୍ଥ ଥିବା ପ୍ରମାଣ ହେଇଯିବ । ତାପରେ ସେ ୨୮ ତାରିଖରୁ ମ୍ୟାଚ୍‌ରେ ଯୋଗ ଦେଇପାରିବେ ବୋଲି ସୂଚନା ଦେଇଛି ବିସିସିଆଇ ।

Leave a Reply

Your email address will not be published. Required fields are marked *