Pratidin TV

Odisha's Digital News Platform

ବିଜେପିରେ ମିଶିଲେ ବକ୍ସର ବିଜେନ୍ଦ୍ର ସିଂହ ..

1 min read

ନିର୍ବାଚନ ପାଖେଇ ଆସିବା ବେଳକୁ ବଢୁଛି ଦଳ ଅଦଳ ବଦଳ । ଟିକେଟ ଆଶାରେ ନେତା ବଦଳାଉଛନ୍ତି ଦଳ । ଏବେ ପ୍ରତିଦିନ ଦଳ ବଦଳ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ ଖବର । ଏବେ ହାତ ଛାଡି ପଦ୍ମ ଧରିଛନ୍ତି ବକ୍ସର ବିଜେନ୍ଦ୍ର ସିଂହ । ସେ ଆଜି କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟକାର୍ଯ୍ୟାଳୟରେ ସେ ବିଦ୍ଧବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସୂଚନାଥାଉ କି, ୨୦୧୯ର ବିଜେନ୍ଦ୍ର କଂଗ୍ରେସରେ ଯୋଗ ଦେଇଥିଲେ ।

ତେବେ ପ୍ରଥମ ନିର୍ବାଚନରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ପରେ ସେ ଦଳ ସହ ଜଡିତ ରହିଥିଲେ ମଧ୍ୟ ଡିସେମ୍ବର ୨୦୨୩ରେ ରାଜନୀତିରୁ ଅବସର ନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । କିନ୍ତୁ ସେ ପୁଣି ଫେରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା । ୨୦୧୯ରେ କଂଗ୍ରେସରେ ଯୋଗ ଦେଇ ସେ ଦକ୍ଷିଣ ଦିଲ୍ଲୀ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ରମେଶ ବିଦୁରୀଙ୍କ ବିପକ୍ଷରେ ହାରିଥିଲେ । ଏହା ପରେ ଡିସେମ୍ବର ୨୦୨୩ରେ ସୋସିଆଲ ମିଡିଆରେ ‘ରାଜନୀତିକୁ ରାମ-ରାମ’ ଲେଖି ଅବସର ଘୋଷଣା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *