Pratidin TV

Odisha's Digital News Platform

ମିଛ କହି ଭୋଜି କରିବାକୁ ଯାଇଥିଲେ ୨ ପୁଅ ; ସାନକୁ ବଞ୍ଚେଇ ଶବ ହୋଇ ଫେରିଲା ବଡ ପୁଅ …

1 min read

କଟକ : ଆଜିର ଯୁବ ପୀଢି ନିଜ ମଜାମସ୍ତି ଆଳରେ ଘରେ ସତ ମିଛ କହି ସାଙ୍ଗ ମାନଙ୍କ ସହ ବୁଲିବାକୁ କିମ୍ବା ଭୋଜି କରିବାକୁ ଆସିଥାନ୍ତି । କିନ୍ତୁ ଯଦି ସେହି ସ୍ଥାନରେ କିଛି ଅଘଟଣ ଘଟିଯାଏ ତେବେ ମିଛ କହି ଆସିଥିବା ପରିବାର ଉପରେ କଣ ବିତିଥାଏ ? ନିଜର ସାମାନ୍ୟ ଖୁସି ପାଇଁ ଆମେ ଯେଉଁ ବଡ ପଦକ୍ଷେପ ଉଠାଉ ତାର ପରିଣତ କେତେ ଭୟଙ୍କର ହୋଇଥାଏ ତାହା ନିକଟରେ କଟକ ବାଙ୍କି ଅଞ୍ଚଳରେ ଦେଖିବାକୁ ମିଳିଛି ।

ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ଅରୁଣ କୁମାର ରାଉତରାୟ ୨ ପୁଅ ଏବଂ ସ୍ତ୍ରୀକୁ ନେଇ ହସଖୁସିରେ ଚାଲିଥିଲା ଛୋଟିଆ ପରିବାର । ଗତକାଲି ଅରୁଣଙ୍କ ୨ ପୁଅ ଖଣ୍ଡଗିରିକୁ ଭୋଜି କରିବାକୁ ଯାଉଛନ୍ତି କହି ଘରୁ ବାହାରିକି ଯାଇଥିଲେ । କିନ୍ତୁ ବିଧିର ବିଧାନ ବୋଧେ କିଛି ଅଲଗା ଥିଲାଏଇ ପରିବାର ପାଇଁ । ମଧ୍ୟହ୍ନ ୨ଟା ସମୟରେ ହଠାତ୍ ବାପା ଅରୁଣଙ୍କ ପାଖକୁ ଫୋନ ଆସିଥିଲା । ଆଉ ସେଇ ଗୋଟିଏ ଫୋନକଲ୍ ଅରୁଣଙ୍କ ପାଦ ତଳୁ ମାଟି ଖସାଇଦେଇଥିଲା । ଅଙ୍କଲ ଆକାଶ ଦେବୀଘାଟରେ ବୁଡିଯାଇଛି ଆପଣ ଶୀଘ୍ର ଆସନ୍ତୁ ଏତିକି କହି ଫୋନ କଟିଯାଇଥିଲା । ଏପଟେ ଘଡଘଡି ସାଙ୍ଗକୁ ବିଜୁଳି ଓ ଆକାଶ ଫଟା ବର୍ଷା । ସେଇଥିରେ ବାହାରିପଡିଥିଲେ ବାପା । ଘଟଣା ସ୍ଥଳରେ ପହଞ୍ଚି ଦେଖନ୍ତି ସାନ ପୁଅ ଓଦା ଜୁଡୁବୁଡୁ ଅବସ୍ଥାରେ ଠିଆହୋଇଛି ଆଉ କିଛି ଗ୍ରାମବାସୀ ଦେବୀ ଘାଟରେ ବହୁଥିବା ମହାନଦୀ ଗଭୀର ଜଳରେ କଣ ଖୋଜା ଖୋଜିରେ ଲାଗିଛନ୍ତି । ସେ ଆଉ କାହାକୁ ଖୋଜୁନଥିଲେ ବରଂ ଅରୁଣଙ୍କ ବଡ ପୁଅ ଆକାଶ (୨୧) କୁ ହିଁ ଖୋଜୁଥିଲେ । ଦେବୀଦ୍ୱାରରେ ଭୋଜି କରି ଗାଧୋଇବାକୁ ବାହାରିଥିଲେ ସବୁ ସାଙ୍ଗ ସାଥୀ ଆଉ ଅରୁଣଙ୍କ ୨ ପୁଅ । କିନ୍ତୁ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ସାନ ପୁଅ । ଆଉ ସାନ ଭାଇକୁ ବଞ୍ଚାଇବା ପାଇଁ କିଛି ନଭାବି ଡେଇଁ ପଡିଥିଲା ବଡ ଭାଇ ଆକାଶ । ନିଜ ସମସ୍ତ ବଳ ଲଗାଇ ସାନ ଭାଇକି ସିନା ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇଥିଲା । କିନ୍ତୁ ସେଇ ଅକାତ କାତ ପାଣି ନିଜେ କୁଆଡେ ଅର୍ନ୍ତଧ୍ୟାନ ହୋଇଯାଇଥିଲା । ଅନେକ ଖୋଜା ଖୋଜି କରି ପାଇନଥିଲେ ଗ୍ରାମବାସୀ କି ଉଦ୍ଧାରକାରୀ ଦଳ ।

Advertisement

ତେବେ ଆଜି ସକାଳ ୧୧ ଟା ସମୟରେ ନଦୀରେ ଏକ ଶବ ଭାସୁଥିବାର ଦେଖିô ସ୍ଥାନୀୟ ଲୋକେ ଅରୁଣଙ୍କୁ ଖବର ଦେଇଥିଲେ । ଏହାପରେ ଡଙ୍ଗା ମାଧ୍ୟମରେ ମୃତ ଦେହକୁ ନଦୀରୁ ଉଦ୍ଧାର କରିଥିଲେ । ସେ ଆଉ କେହି ନୁହଁ ବରଂ ଅରୁଣଙ୍କ ବଡ ପୁଅ ଆକାଶର ମୃତଦେହ ଥିଲା । ଯାହାକୁ ଦେଖି ନିଜର ଆପା ହରାଇ ବସିଥିଲେ ବାପା ମା ଓ ସାନ ଭାଇ । କାନ୍ଧି କାନ୍ଧି ମୂଚ୍ଛା ଚାଲିଯାଉଥାଏ ମା ର । ଆଉ ନିଜ କଷ୍ଟକୁ ଶବ୍ଧରେ ବ୍ୟଖ୍ୟା କରିପାରୁନଥାଏ ବାପା । କହୁଥାଏ ଯଦି ଘରେ ସତ କହି ଯାଇଥାନ୍ତୁ ହୁଏତି ଆଜି ଏମିତି ଘଟିନଥାନ୍ତା । ବଢିଲା ପୁଅକୁ ହରାଇ ତଳେ ମୁଣ୍ଡ ପିଟି ପିଟି ଏମିତି କହୁଥାଏ ନିସହାୟ ବାପା ।

Leave a Reply

Your email address will not be published. Required fields are marked *