Pratidin TV

Odisha's Digital News Platform

୭୩ ବର୍ଷ ପରେ ଘରକୁ ଫେରିଲା ପୁଅ , ଖୁସିରେ ଆତ୍ମହରା ହୋଇପଡିଲେ ଭାଇ..

1 min read

ଅବିଶ୍ୱସନୀୟ ! ଅକଳ୍ପନୀୟ ! ଆଶ୍ଚର୍ଯ୍ୟଜନକ ! ଯାହା କହିଲେ କମ ପଡ଼ିଯିବ । ଏହା କେମିତି ସମ୍ଭଵ  ! ୭୩ ବର୍ଷ ପରେ  ଭାଇ କୁ ଖୋଜି ପାଇଲା ଭାଇ । ଯେଉଁ ଖବର ଜାଣିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି ।  ଏପରି ଏକ ଖବର ଆମେରିକାରୁ ସାମ୍ନାକୁ ଆସିଛି। ୭୩ ବର୍ଷ ପୂର୍ବେ କାଲିଫର୍ନିଆର ପଶ୍ଚିମ ଓକଲ୍ୟାଣ୍ଡର ଏକ ପାର୍କରୁ ଜଣେ ଶିଶୁ ନିଖୋଜ ହୋଇଯାଇଥିଲେ। ଯିଏ ବର୍ତ୍ତମାନ ଫେରି ଆସିଛନ୍ତି । ଲୁଇସ୍ ଆର୍ମାଣ୍ଡୋ ଆଲବିନୋଙ୍କୁ ସେତେବେଳେ ୬ ବର୍ଷ ବୟସ ହୋଇଥିଲେ। ଏହି ଘଟଣାଟି ୨୧ ଫେବୃଆରୀ ୧୯୫୧ ର ଅଟେ ।

ଏଭଳି ପରିସ୍ଥିତିରେ ଲୁଇ ବର୍ତ୍ତମାନ ପିଲା ଠାରୁ ବୃଦ୍ଧ ବ୍ୟକ୍ତି ହୋଇଯାଇଛନ୍ତି। ଘର ନିକଟ ପାର୍କରେ ସେ ନିଜର ୧୦ ବର୍ଷର ଭାଇ ରୋଜରଙ୍କ ସହ ଖେଳୁଥିଲେ। ସେତେବେଳେ ଜଣେ ମହିଳା ତାଙ୍କୁ ଚକୋଲେଟ୍ ସାହାଯ୍ୟରେ ପ୍ରଲୋଭିତ କରି ନେଇ ଯାଇଥିଲେ। ଏହା ପରେ ଲୁଇସ୍ ଫେରି ନଥିଲେ। ପୋଲିସ ଲୁଇସଙ୍କୁ ବହୁତ ଖୋଜିବାକୁ ଚେଷ୍ଟା କଲା। କିନ୍ତୁ କିଛି ପାଇଲା ନାହିଁ । ସେନା ସୈନିକମାନେ ସେହି ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇଲେ ନାହିଁ। ଲୁଇଙ୍କ ମା ୯୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ପୁଅକୁ ଖୋଜିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିଲେ। ହେଲେ ୨୦୦୫ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisement

ଏହା ପରେ ଲୁଇସର ୬୩ ବର୍ଷୀୟ ପୁତୁରା ଆଲିଦା ଆଲେକ୍ଇନ୍ ଖୋଜିବା ଜାରି ରଖିଥିଲେ। ଆଲିଦାଙ୍କ କହିବାନୁସାରେ, ସେ ବିଶ୍ୱାସ କରୁଥିଲେ ଯେ ତାଙ୍କ ଦାଦା ଜୀବିତ ଅଛନ୍ତି । ଆଲିଦା ପୁରୁଣା ଖବରକାଗଜ କଟା ସଂଗ୍ରହ ଆରମ୍ଭ କରିଥିଲେ ଏବଂ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ସାହାଯ୍ୟ ଲୋଡିଥିଲେ।୨୦୨୦ ରେ ଏକ ଅନଲାଇନ୍ DNA ପରୀକ୍ଷା କରିବା ପରେ, ଆଲିଦାଙ୍କ DNA ଜଣେ ବ୍ୟକ୍ତିଙ୍କ ତୁଳନାରେ ୨୨ ପ୍ରତିଶତ ସମାନ ବୋଲି ଜଣାପଡିଛି । ଆଲିଦା ଭାବିଲା ଯେ ତାଙ୍କର ସନ୍ଧାନ ଶେଷ ହୋଇଛି, କିନ୍ତୁ ଯେତେବେଳେ ଆଲିଦା ସେହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ, ହେଲେ କୌଣସି ପ୍ରତିକ୍ରିୟା ମିଳିଲା ନାହିଁ । ଏହା ପରେ ସେ ନିରାଶ ହୋଇଥିଲେ। ଦିନେ ଲାଇବ୍ରେରୀରେ ଆଲିଦା ଲୁଇଙ୍କ ଏକ ଫଟୋ ଦେଖିଥିଲେ, ଯିଏ ତାଙ୍କ ଦାଦାଙ୍କ ପରି ଥିଲେ। ସେ ସଙ୍ଗେ ସଙ୍ଗେ ତାଙ୍କୁ ଭେଟିବାକୁ ଗଲେ। ପରିସ୍ଥିତି ଏପରି ହେଲା ଯେ ସେ ତାଙ୍କ ଦାଦା ହିଁ ଥିଲେ। ସେ ତାଙ୍କୁ ଘରକୁ ଆଣିଲେ, ଯେଉଁଠାରେ ଲୁଇ ତାଙ୍କ ବଡ଼ ଭାଇଙ୍କୁ ଭେଟିଥିଲେ । ଲୁଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ଭାଇଙ୍କ ସହ କଥା ହେଲେ। ଲୁଇ ବର୍ତ୍ତମାନ ୭୯ ବର୍ଷ ବୟସ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *