Pratidin TV

Odisha's Digital News Platform

ରାଜଧାନୀ ଦିଲ୍ଲୀରେ ଫୁଟପାଥରେ ଦେଖିବାକୁ ମିଳିଛି ପଢ଼ିବାର ଅଦମ୍ୟ ଚେଷ୍ଟା

କୁହାଯାଏ ପାଠ ପଡିବ ପାଇଁ କୌଣସି ସୁବିଧା ଆବଶକ୍ୟ ନଥାଏ | ପଢ଼ିବାର ଇଚ୍ଛା ଥିଲେ ପଢି ହୋଇଯାଏ | ପଢ଼ିବାର ଅଦମ୍ୟ ଚେଷ୍ଟା ସଫଳତାକୁ ନେଇଯାଇଥାଏ | ଏହି ପଢ଼ିବାର ଇଚ୍ଛା ଜୀବନ ସଂଘର୍ଷକୁ ଦେଖାଇ ଦେଇଥାଏ | ସବୁ ଘାତ ପ୍ରତିଘାତକୁ ସହ୍ୟ କରି ଆଗେଇ ବଢିବାର ସାହସ ଦେଇଥାଏ ଇଚ୍ଛା ଶକ୍ତି | ଏପରି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ସହରର ଏକ ବ୍ୟସ୍ତବହୁଳ ରାସ୍ତା କଡରେ | ବୟସ ବହୁତ କମ କିନ୍ତୁ ପାଠ ପଢ଼ିବାର ଇଚ୍ଛା ଶକ୍ତି ତାଙ୍କୁ ବନ ସଂଘର୍ଷରୁ ହଟାଇ ପାରିନି ।ଦିଲ୍ଲୀର ବ୍ୟସ୍ତ ବହୁଳ ସଡ଼କରେ ସେ ଆଙ୍କି ଚାଲିଛନ୍ତି ନିଜ ଜୀବନର ସପଳତାର ଫର୍ଦ୍ଦ । ଦିନେ ନା ଦିନେ ସେ ସଫଳ ହେବେ, ଏହି ଆକାଂକ୍ଷା ସହ ଗଡ଼ି ଚାଲିଛି ଦିନ ।

ଏବେ ଏହି ଭିଡ଼ିଓ ହୋଇଛି ସୋସିଆଲ ମିଡିଆରେ ଭାଇରାଲ | ଦିଲ୍ଲୀ ଫୁଟପାଥରେ ପଢ଼ୁଥିବା ଏହି ଛୋଟ ପିଲାଟିର ଭିଡ଼ିଓ ମନକୁ ଛୁଇଁ ଯାଇଛି | ଏହି ଭିଡ଼ିଓଟି ଭିଡିଓକୁ ଦିଲ୍ଲୀର ଫଟୋଗ୍ରାଫର ହ୍ୟାରି ଫେବୃଆରୀ ୧୬ ରେ ନିଜ ଇନଷ୍ଟାଗ୍ରାମରେ ସେଆର କରିଥିଲେ |

ଭିଡ଼ିଓରେ ଦେଖିବାକୁ ମିଳିଥିଲା କି, ସେହି ଛୋଟ ପିଲା ପବନ ସହ ଫଟୋଗ୍ରାଫର ହ୍ୟାରି କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଥିଲା | ଭିଡ଼ିଓରେ ନାବାଳକ ପୁଅଟି ୬ଷ୍ଠ ଶ୍ରେଣୀରେ ପଢୁଥିବାର କହିବାକୁ ଦେଖିବାକୁ ମିଳିଥିଲା | ସେ ନାବାଳକ ଜଣକ କହିଥିଲେ, ତାଙ୍କର ପାରିବାରିକ ଆର୍ଥିକ ଅବସ୍ଥା ଠିକ ନଥିବାରୁ ସେ ଦିଲ୍ଲୀର କମାଲ ନଗର ବଜାର ନିକଟରେ ଫୁଟପାଥରେ ହେୟାରବ୍ୟାଣ୍ଡ ମଧ୍ୟ ବିକ୍ରି କରନ୍ତି ।

ସେ କହିଥିଲା, ତାଙ୍କ ବାପା କୋଲକାତାରେ ରୁହନ୍ତି ଆଉ ମା ଘରେ | ଘରେ ପଢ଼ିବାର ସମୟ ,ମିଳୁନଥିବାରୁ ସେ ବ୍ୟବସାୟ ସମୟରେ ରାସ୍ତା କଡ଼ରେ ବସି ପଢ଼ିଥାନ୍ତି | ପବନଙ୍କ ସଂଘର୍ଷର କାହାଣୀ ଫଟୋଗ୍ରାଫର ହ୍ୟାରି ନିଜ ଇନଷ୍ଟାଗ୍ରାମରେ ସେଆର କରିଥିବାର ଦେଖିଵାକୁ ମିଳିଥିଲା | ଏହି ପୋଷ୍ଟକୁ
୧୦ ନିୟୁତ ଭ୍ୟୁ ପାଇସାରିଲାଣି ।ଜଣେ ଉପଭୋକ୍ତା କହିଛନ୍ତି ଏହା ହିଁ ହେଉଛି ପ୍ରକୃତ ଶକ୍ତି । ତାଙ୍କର ସ୍ଥିରତା ଓ ସଂକଳ୍ପବଦ୍ଧତା ପ୍ରେରଣାଦାୟୀ । ଅନ୍ୟ ଜଣେ ଉପୋଭୋକ୍ତା ଲେଖିଛନ୍ତି, ଛୋଟ ହୋଇ ମଧ୍ୟ ସେ ଜଣେ ଚାମ୍ପିଅନ ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *