Pratidin TV

Odisha's Digital News Platform

ବିବାଦରେ ଶାହରୁଖ୍‌ଙ୍କ ଫିଲ୍ମ ପଠାନ୍ : ଟ୍ୱିଟରରେ ବୟକଟ୍ ଟ୍ରେଣ୍ଡ ସହ , ବଲିଉଡ୍‌କୁ ମିଳିଲା ଏପରି ଧମକ୍ !

1 min read

ନୂଆଦିଲ୍ଲୀ : ବଲିଉଡ୍‌କୁ ଡରାଉଛି ବୟକଟ୍ ଟ୍ରେଣ୍ଡ । ପ୍ରଥମେ ଅମୀର ଏବଂ କରିନାଙ୍କ ଲାଲ୍ ସିଂ ଚଡ୍ଡା ବୟକଟ୍ ପରେ ଏବେ ଶାହରୁଖ୍‌ଙ୍କ ପଠାନକୁ ନେଇ ବଏକଟ୍ ଚର୍ଚ୍ଚା ଜୋର ଧରିଛି । ଗୋଟେ ପଟେ ଫିଲ୍ମ ହିଟ୍ ହେବାକୁ ନେଇ ଶାହରୁଖ୍ ମଧ୍ୟରାତ୍ରରେ ବୈଷ୍ଣଦେବୀ ସହ ଅନ୍ୟାନ ମନ୍ଦିର ଦର୍ଶନ କରୁଥିବା ବେଳେ । ଟ୍ୱିଟରରେ ଆରମ୍ଭ ହୋଇଯାଇଛି #BoycottPathaan ଟ୍ରେଣ୍ଡ।
ୟୁଜର୍ସମାନେ ବିଭିନ୍ନ ଦିଗକୁ ନେଇ ପଠାନ୍ ନିର୍ମାତ୍‌ାଙ୍କ ସହ ଶାହରୁଖ୍ ଏବ ଦୀପିକାଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି । ଡିସେମ୍ବର ୧୨ ରେ ପଠାନ୍ ର ପ୍ରଥମ ଗୀତ ରିଲିଜ୍ ହେବା ପରେ ବୟକଟ୍ ଟ୍ରେଣ୍ଡଟି ଜୋର ଧରିଛି । ପଠାନ୍‌ର ପ୍ରଥମ ଗୀତ ବେସରମରେ ଦୀପିକାଙ୍କ ଆଉଟ୍‌ଫିଟ୍ ସହ ସିନ୍‌କୁ ମଧ୍ୟ ନାପସନ୍ଦ କରିଛନ୍ତି ଦର୍ଶକ । ଗୀତଟିର ସିନ୍ ଗୁଡିକ ଅତ୍ୟନ୍ତ ଅଶ୍ଳାଳୀନ ଦର୍ଶାଇ ଦୀପିକାଙ୍କୁ ଟ୍ରୋଲ କରିଛନ୍ତି ୟୁଜର୍ସ ।

ସେହିଭଳି ଅନେକ ୟୁଜର୍ସ ଅଛନ୍ତି ଯେଉଁମାନେ ଦୀପିକା ପାଦୁକୋନଙ୍କ ବିକିନି ଲୁକ୍ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି- ‘ବେସରମ ରଙ୍ଗ ପାରିବାରିକ ସିନେମା ନୁହେଁ। ମାନି ନିଅନ୍ତୁ ଯେ ହଲକା ଖାନ୍ କେ ଚାମଚା ପ୍ରଥମ ସପ୍ତାହରେ ସିନେମା ଘରକୁ ଯିବେ। କିନ୍ତୁ ଦ୍ୱିତୀୟ ସପ୍ତାହରେ ‘ପଠାନ’କୁ କିଏ ରକ୍ଷା କରିବ?

https://twitter.com/stablanz/status/1602312142996529153

ଏହାସହ ଜଣେ ୟୁଜର୍ସ ସୋସିଆଲ ମିଡିଆରେ ଶାହରୁଖଙ୍କ ପୁରୁଣା ଗୀତକୁ ସେୟର କରି ଲେଖିଛନ୍ତି ଯେ ‘ଆମେ କିଙ୍ଗଖାନଙ୍କ ଠୁ ଏସବୁ ଆଶା କରୁନଥିଲୁ’ । ଅନ୍ୟଜଣେ ୟୁଜର୍ସ ‘ଆମୀରଙ୍କ ଫଟୋ ସହ ଶାହରୁଖଙ୍କ ଫଟୋକୁ ଯୋଡି କ୍ୟାପସନ ଦେଇ ପୋଷ୍ଟ କରିଛନ୍ତି ଯେ । ଜଣଙ୍କର ଗର୍ବ ଭାଙ୍ଗିଲା ଏବେ ଅନ୍ୟ ଜଣଙ୍କ ପାଳି’ । ସାରା ବଲିଉଡ୍ ପ୍ରସ୍ତୁତ ରୁହ ! ସୋସିଆଲ ମିଡିଆରେ ପଠାନ୍‌କୁ ନେଇ ଏପରି ବିବାଦିୟ କମେଣ୍ଟ ଦେଖିବାକୁ ମିଳିଛି । ଗୋଟେ ପଟେ ସାଉଥ୍ ମୁଭି ଲୋକମାନଙ୍କ ମନକୁ ଜିଣୁଥିବା ବେଳେ , ଅନ୍ୟପଟେ ବଲିଉଡ୍ ନିଜ ସ୍ଥାନରୁ ତଳକୁ ତଳକୁ ଖସିବାରେ ଲାଗୁଛି । ସାଉଥର ଫିଲ୍ମ ସହ ଗୀତ , କଳାକାରମାନଙ୍କ ଅଭିନୟକୁ ଗୋଟେ ପଟେ ପ୍ରଶଂସା ମିଳୁଥିବା ବେଳେ , ବଲିଉଡ୍ ନିଜର ସ୍ଥାନ ହରାଇବସିଛି ।

ସେହିପରି ସାଉଥ୍‌ର ଆରଆରଆର,କେଜିଏଫ୍‌-୨,କାନ୍ଥାରା ,ଚୁପ୍‌,ସୀତାରାମମ୍ ଭଳି ଫିଲ୍ମ ବକ୍ସ ଅଫିସ୍‌ରେ ହାଏଷ୍ଟ ଇନକମ୍ ସହ ୱାଲଡ୍ ୱାଇଡ୍ ହିଟ୍ ହୋଇଥିବା ବେଳେ ବଲିଉଡ୍‌ର ଲାଲ୍ ସିଂ ଚଡ୍ଡା , ବିକ୍ରମବେଦା,ଜୁଗ୍ ଜୁଗ୍ ଜିୟୋ,ଭେଡିଆ ଏବଂ ଦୃଶ୍ୟମ-୨ ଭଳି ଫିଲ୍ମ ଫଲ୍ପ ହୋଇଚାଲିଛି ।

Leave a Reply

Your email address will not be published. Required fields are marked *