Pratidin TV

Odisha's Digital News Platform

ପ୍ରେମିକାକୁ ବିଷ ଦେଇ ମାରିଲା ପ୍ରେମିକ ଓ ତାର ପରିବାର

ଭୁବନେଶ୍ୱର : ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିବା ଯୁବକ ଓ ତାଙ୍କ ପରିବାର ଲୋକେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଯୁବତୀଙ୍କ ପରିବାର । ତେବେ ମୃତ ଯୁବତୀ ଜଣଙ୍କ ହେଲେ ଡେଲାଙ୍ଗ ବଙ୍କିଲୋ ଗାଁର ସ୍ନେହଲତା ସ୍ୱାଇଁ । ଅଭିଯୋଗ ଅନୁଯାୟୀ , ସ୍ନେହଲତା ପୁରୁଣା ଡେଲାଙ୍ଗ ଅଞ୍ଚଳର ବିଶ୍ୱମ୍ବର ମହାପାତ୍ରଙ୍କୁ ଭଲ ପାଉଥିଲେ। ଏକାଥା ଉଭୟଙ୍କ ପରିବାର ଜାଣିବା ପରେ ଦୁହେଁ ପରସ୍ପରକୁ ବିବାହ କରିବାକୁ ନିଷ୍ପତି ନେଇଥିଲେ ।

ଗତ ୧୨ ତାରିଖରେ ବିଶ୍ୱମ୍ବର, ସ୍ନେହଲତାଙ୍କୁ ତାଙ୍କ ଘରକୁ ଡାକିଥିଲେ। ଏହାପରେ ପରିବାର ଲୋକଙ୍କ ସହ ମିଶି ବିଶ୍ୱମ୍ବର, ସ୍ନେହଲତାଙ୍କୁ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିଲେ। ଘର ଲୋକ ଗୁରୁତର ଅବସ୍ଥାରେ ଝିଅ ସ୍ନେହଲତାଙ୍କୁ ବିଶ୍ୱମ୍ବରଙ୍କ ଘରୁ ଉର୍ଦ୍ଧାର କରି ପ୍ରଥମେ ଡେଲାଙ୍ଗ ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।ସେଠାରେ ସ୍ନେହଲତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।ହେଲେ ସେଠାରେ ୧୦ ଦିନଧରି ମୃତ୍ୟୁ ସହ ସଂଘର୍ଷ କରି, ଶେଷରେ ଆଜି ଆଖି ବୁଜି ଦେଇଥିଲେ ସ୍ନେହଲତା । ଏନେଇ ସ୍ନେହଲତାଙ୍କ ପରିବାର ଲୋକେ ଅଭିଯୁକ୍ତ ବିଶ୍ୱମ୍ବର ଓ ତାଙ୍କ ପରିବାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିଛି ।

Leave a Reply

Your email address will not be published. Required fields are marked *