Pratidin TV

Odisha's Digital News Platform

ଜନ୍ମ ଦିନରେ କେକ୍ ଖୁଆଇ ତଣ୍ଟି କାଟିଦେଲା ପ୍ରେମିକ ..

ବେଙ୍ଗାଲୁର : ଜନ୍ମ ଦିନ ପାଲଟିଲା ଶେଷ ଦିନ । କେଟ୍ ଖୁଆଇବା ପରେ ନିଜ ହାତରେ ନିଜ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ । ନିଜ ହାତରେ ମାରିଦେଲା ନିଜଠୁ ଅଧିକ ଭଲପାଉଥିବା ପ୍ରେମିକାକୁ । କୁହନ୍ତିନି ଅଧିକ ପ୍ରେମବି ମଣିଷ ପାଇଁ ବିପଦ । ଯେଉଁ ହାତରେ ନିଜ ପ୍ରେମିକାକୁ କେକ୍ ଖୁଆଇଲା ସେଇ ହାତରେ ତା ଜୀବନ ନେଇଗଲା ନୃଶଂସ ପ୍ରେମିକ । ଏଭଳି ଏକ ବିଭସô ହତ୍ୟାକାଣ୍ଡ ଘଟିଛି ବେଙ୍ଗାଲୁରର ଲାଗେରୀ ଅଞ୍ଚଳରେ ।

ଖବର ଅନୁ୍ୟାୟୀ କନକପୁର ଅଞ୍ଚଳର ପ୍ରଶାନ୍ତ ନାମକ ଜଣେ ଯୁବକ ସେହି ଅଞ୍ଚଳର ନାଭ୍ୟା ନାମକ ଜଣେ ଯୁବତୀଙ୍କୁ ସହ ଦୀର୍ଘ ୬ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ । ତେବେ ନାଭ୍ୟା ପୋଲିସ ବିଭାଗର ଆଭ୍ୟନ୍ତରୀଣ ସୁରକ୍ଷା ଡିଭିଜନ୍ରେ କିରାଣୀ ଚାକିରି କରୁଥିଲେ। ଏପ୍ରିଲ ୧୧ ଟାରିଖରେ ନାଭ୍ୟାଙ୍କ ଜନ୍ମ ଦିନ ଥିଲା। ଦୁହେଁ ବେସ୍ତତା କାରଣରୁ ୧୨ ଏପ୍ରିଲ ଦିନ ଜନ୍ମଦିନ ପାଳନ କରିଥିଲେ । ଏନେଇ ୧୨ ତାରିଖ ଦିନ ଦୁହେଁ ବୁଲାବୁଲି କରିବା ପରେ ଶୈଷରେ କେକ୍ କାଟିଥିଲେ । ତେବେ ନାଭ୍ୟା କେକ୍ କାଟିସାରିବା ପରେ ପ୍ରଶାନ୍ତ ପ୍ରଥମେ ନାଭ୍ୟାକୁ କେକ୍ ଖୁଆଇଥିଲେ ଓ ପରେ ଏକ ଧାରୁଆ ଛୁରୀରେ ତାଙ୍କ ତଣ୍ଟି କାଟିଦେଇଥିଲେ ।

ଫଳରେ ଘଟଣା ସ୍ଥଳରେ ହିଁ ନାଭ୍ୟାଙ୍କର ମୃତୁ୍ୟ ଘଟିଥିଲା । ପୋଲିସ ସମୃକ୍ତ ମାମଲାରେ ପ୍ରାଶାନ୍ତକୁ ଗିରଫ୍ କରି ଜେରା କରିଛି । ଆଉ ଜେରା ସମୟରେ ହିଁ ପ୍ରଶାନ୍ତ ନାଭ୍ୟାକୁ ମାରିବାର କାରଣ କହିଛି । ଅଭିଯୁକ୍ତ କହିଛି ଯେ ନାଭ୍ୟା ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ସେ ବହୁତ ବିଚଳିତ ଥିଲେ। ଏପରିକି ଅନ୍ୟ ସହ ଚାଟିଂ କରୁଥିଲେ। ଏନେଇ ତାଙ୍କ ମଧ୍ୟରେ ଅନେକ ଥର ପାଟିତୁଣ୍ଡ ହୋଇଥିଲା। ହେଲେ ଶେଷରେ ଜୀବନ ନେଇଯିବାର ଚରମ ନିଷ୍ପତ୍ତି ନେଇଥିଲା ପ୍ରେମିକ। ସେପଟେ ପୋଲିସ୍ ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭିକ୍ଟୋରିଆ ହସ୍ପିଟାଲ ପଠାଯାଇଛି।

Leave a Reply

Your email address will not be published. Required fields are marked *