Pratidin TV

Odisha's Digital News Platform

ବିଶ୍ୱାସରେ ବିଷ ଦେଲା ପ୍ରେମିକା : ଭିଡିଓ କଲ୍ କରି ଜୀବନ ହାରିଲେ ପ୍ରେମିକ..

1 min read

ନୂଆଦିଲ୍ଲୀ : ପ୍ରେମିକାଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖିଲେ ପ୍ରେମିକ । ଭିଡିଓ କଲରେ ରଶି ଲଗାଇ କଲେ ଆତ୍ମହତ୍ୟା । ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରୁ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରେମ ପ୍ରତ୍ୟାଖନ ପରେ ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନଦିଆ ଶାନ୍ତିୁନର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ମୃତ ଯୁବକଙ୍କ ନାମ ସୁଜଲ ଶାହା। ତାଙ୍କୁ ମାତ୍ର ୨୩ ବର୍ଷ ବୟସ ବୋଲି ଜଣାପଡିଛି ।

ପ୍ରତାରଣାର ଶିକାର ହୋଇ ପଶ୍ଚିମବଙ୍ଗର ନଦିଆ ଜିଲାରେ ଜଣେ ୨୩ ବର୍ଷୀୟ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଆତ୍ମହତ୍ୟା କଲାବେଳେ ଗର୍ଲଫ୍ରେଣ୍ଡଙ୍କ ସହ ଭିଡିଓ କଲ୍ରେ ରହିଥିଲେ । ଶାନ୍ତିନଗର କଲୋନିରେ ରହୁଥିବା ସମ୍ପୃକ୍ତ ଯୁବକ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଘର ପଛପଟୁ ବନ୍ଦ କରି ରଶି ଲଗାଇଥିଲେ ବୋଲି ପୋଲିସ କହିଛି । ଆତ୍ମହତ୍ୟା ପରେ ମଧ୍ୟ ଭିଡିଓ କଲିଂ ଅନ୍ ରହିଥିବା ଜଣାପଡିଛି ।

Advertisement

ପୋଲିସ ଅଧିକ ତଦନ୍ତ ଲାଗି ମୋବାଇଲ ଫୋନ୍କୁ ଜବତ କରିଛି । ଯୁବକ ଜଣେ ସ୍ଥାନୀୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଉଭୟଙ୍କ ମଧ୍ୟରେ ବିବାହ ହେବାର ଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତେବେ ଗର୍ଲଫ୍ରେଣ୍ଡଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖିବା ପରେ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ପରବର୍ତୀ ସମୟରେ ଯୁବକ ଜଣକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେ ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Leave a Reply

Your email address will not be published. Required fields are marked *