Pratidin TV

Odisha's Digital News Platform

ସାଥି ଯବାନଙ୍କୁ ରକ୍ଷା କରି ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡିଲା କୁକୁର କେଣ୍ଟ…



ଜାମ୍ମୁକାଶ୍ମୀର: ଯବାନଙ୍କୁ ରକ୍ଷା କରି ଦେଶ ପାଇଁ ପ୍ରାଣ ବଳି ଦେଲା କୁକୁର । ସାଧାରଣତଃ ଆମେ ଜାଣୁ ଯେ କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ । ସେଥିପାଇଁ ଦେଶରକ୍ଷା ନିମନ୍ତେ ହେଉ ବା କୈାଣସି ଗୁପ୍ତ ତଥ୍ୟ ସନ୍ଧାନ ପାଇଁ କୁକୁରକୁ ପ୍ରଶିକ୍ଷଣ ଦିଆଯାଇଥାଏ । ଏସେବୁ କ୍ଷେତ୍ରରେ କୁକୁର ହିଁ ସାହାଯ୍ୟ କରିଥାଏ । ସେହିପରି ଦେଶ ରକ୍ଷାରେ ସାମିଲ ହୋଇଥିବା ଗୋଟେ କୁକୁର ଦେଶପାଇଁ ନିଜର ପ୍ରାଣ ବଳି ଦେଇଛି । ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ନିଜେ ଗୁଳି ଖାଇଛି । ହଁ ଆଜ୍ଞା ଜାମ୍ମୁ କାଶ୍ମୀରୁ ଏପରି ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ ଶୁକ୍ରବାର ଜାମ୍ମୁକାଶ୍ମୀର ରାଜୋରୀ ଜିଲ୍ଲାର ଏକ ଦୁର୍ଗମ ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ନେଇ ଖବର ମିଳିବା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା । ଅପରେସନ ସମୟରେ ୨୧ ଆର୍ମି ଡଗ୍ ୟୁନିଟିରେ ଥିବା ଭାରତୀୟ ସେନାର କୁକୁର କେଣ୍ଟ ସାମିଲ ହୋଇଥିଲା । ଯେଉଁ ଆତଙ୍କବାଦୀ ମାନେ ଅପରେସନ ବେଳେ ଘଟଣାସ୍ଥଳରୁ ଖସି ଯାଉଥିଲେ କେଣ୍ଟି ସେମାନଙ୍କୁ ଧରିବାରେ ଯବାନ ମାନଙ୍କୁ ସାହାର୍ଯ୍ୟ କରୁଥିଲା । ଅନ୍ୟପଟେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସୁରକ୍ଷା କର୍ମୀଙ୍କ ଉପରକୁ ଅଚାନକ ଆତଙ୍କବାଦୀ ମାନେ ଗୁଳି ଚାଳନା କରିଥିଲେ । ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୩ଜଣ ଆହାତ ହୋଇଛନ୍ତି ।

ସେହିପରି ଯବାନଙ୍କ ଗୁଳିରେ ମଧ୍ୟ ଜଣେ ଆତଙ୍କି ନିହତ ହୋଇଥିବା ଜଣାପଡିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସାଥୀ ଯବାନଙ୍କ ଉପରକୁ ଗୁଳି ମାଡ ହେଉଥିବା ବେଳେ ସେମାନଙ୍କ ଜୀବନ ବଞ୍ଚାଇବାକୁ ଯାଇ କୁକୁର କେଣ୍ଟି ଆତଙ୍କିଙ୍କ ଗୁଳିରେ ନିହତ ହୋଇଥିଲା ।

Leave a Reply

Your email address will not be published. Required fields are marked *