Pratidin TV

Odisha's Digital News Platform

(ଭିଡ଼ିଓ) ବର୍ଷାରେ ଆକାଶରୁ ଖସିଗଲା ବିମାନ,ଚାଲିଗଲା ୧୪ ଜୀବନ

1 min read

ବ୍ରାଜିଲ: ପିଛା ଛାଡୁନି ଦୁର୍ଘଟଣା । ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି ଏବଂ ନୀରିହ ଜୀବନ ଚାଲି ଯାଉଛି । ପୁଣି ଘଟିଲା ଭୟଙ୍କର ବିମାନ ଦୁର୍ଘଟଣା ।ଆଉ ଦେଖୁଦେଖୁ ଚାଲିଗଲା ୧୪ ଜୀବନ । ବ୍ରାଜିଲର ପ୍ରସିଦ୍ଧ ପର୍ଯ୍ୟଟନ ସହର ବାର୍ସେଲୋସରେ ଶନିବାର ଅପରାହ୍ନରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ବିମାନ ଲ୍ୟାଣ୍ଡ କରୁଥିବା ବେଳେ ହଠାତ କ୍ରାସ ହୋଇଗଲା । ବିମାନରେ ଥିବା ୨ଜଣ ବିମାନ କର୍ମଚାରୀଙ୍କ ସମେତ ୧୪ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି । ଖରାପ ପାଗ ଯୋଗୁଁ ବିମାନଟି ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶୁଣିବାକୁ ମିଳିଛି । ବ୍ରାଜିଲିଆନ ଷ୍ଟେଟ ଆମାଜନର ରାଜଧାନୀ ମନୌସ ଠାରୁ ୪୦୦ କିଲୋମିଟର ଦୂରରେ ଘଟିଛି ଏହି ଦୁର୍ଘଟଣା । ମୃତ ଯାତ୍ରୀମାନେ ବ୍ରାଜିଲ ନାଗରିକ ଏବଂ ବୁଲାବୁଲି କରିବାକୁ ବାର୍ସେଲୋସ ଆସୁଥିଲେ । ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରାରମ୍ଭରୁ ପ୍ରଶାସନ କାର୍ଯ୍ୟ ଚଳାଇଛି । ଏପଟେ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗ ଓ ବନ୍ଧୁମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଜ୍ୟପାଳ ୱିଲ୍‌ସନ୍ ଲିମା । ମନୌସ ଏରୋଟ୍ୟାକ୍ସି ଏୟାରଲାଇନ ବିବୃତି ଜାରି କରି ସୁନିଶ୍ଚିତ କରିଛି ଯେ, ଘଟିଥିବା ଦୁର୍ଘଟଣା ଉପରେ ତଦନ୍ତ ଆରମ୍ଭ ହୋଇଛି । ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରାରମ୍ଭରୁ ପ୍ରଶାସନ କାର୍ଯ୍ୟ ଚଳାଇଛି । ଏପଟେ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗ ଓ ବନ୍ଧୁମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ସେଠାକାର ରାଜ୍ୟପାଳ ୱିଲ୍‌ସନ୍ ଲିମା ।

Advertisement

Leave a Reply

Your email address will not be published. Required fields are marked *