Pratidin TV

Odisha's Digital News Platform

ରାଷ୍ଟ୍ରପତି ଭବନରେ ହିଂସାକାଣ୍ଡ ଘଟଣା ; ନିଲମ୍ବିତ ହେଲେ ୪୦ ସୁରକ୍ଷାକର୍ମୀ ..

1 min read

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନ ହିଂସାକାଣ୍ଡ ଘଟଣାରେ କାର୍ଯ୍ୟନୁଷ୍ଠାନ । ୪୦ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କଲେ ଲୁଲା । ଜାନୁଆରୀ ୮ ରେ ସରକାରୀ ଅଟ୍ଟାଳିକାକୁ ନଷ୍ଟ କରିବା ଏବଂ ହିଂସା ଘଟଣାରେ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ।

ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇ ସେ ରାଷ୍ଟ୍ରପତିଙ୍କ ବାସଭବନରେ ମୁତୟନ ଥିବା ୪୦ ଜଣ ସୁରକ୍ଷାର୍କମୀଙ୍କୁ ନିଲମ୍ବିତ କରିଛନ୍ତି । ତାଙ୍କ ନିଷ୍ପତି ସରକାରଙ୍କ ସରକାରୀ ଗେଜେଟରେ ପ୍ରକାଶ ପାଇଛି ଏବଂ ବ୍ରାଜିଲର ଅଭିଯୋଜକ ଜେନେରାଲ ୩୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅକ୍ଟୋବର ନିବାଚନରେ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ପରାଜୟ ନେଇ ବିକ୍ଷୋଭକାରୀମାନେ ସରକାରୀ ଅଟ୍ଟାଳିକା ଉପରେ ଆକ୍ରମଣ କରିଥିଲେ । ତେବେ ରାଷ୍ଟ୍ରପତିଙ୍କ ବାସଭବନରେ ଜଗି ରହିଥିବା ସୁରକ୍ଷାର୍କମୀମାନଙ୍କ ସ୍ଥାନରେ କେଉଁମାନେ ଅବସ୍ଥାପିତ ହେବେ ସେନେଇ କୌଣସି ସରକାରୀ ବିବୃତି ଦିଆଯାଇ ନାହିଁ ।

Advertisement

ଆଲଭୋରାଡା ପ୍ରାସାଦକୁ ଜଗିଥିବା ଅଧିକାଂଶ ସୁରକ୍ଷାକର୍ମୀ ସେନାର । କିନ୍ତୁ କେତେକ ନୌସେନା, ବାୟୁସେନା ଏବଂ ସୈନ୍ୟବାହିନୀର ପୋଲିସ ଫୋର୍ସର ସଦସ୍ୟ ମଧ୍ୟ ଥିଲେ । ବ୍ରାଜିଲରେ ହିଂସା ସୃଷ୍ଟି କରିବା ଅଭିଯୋଗରେ ପୂର୍ବତନ ନ୍ୟାୟ ମନ୍ତ୍ରୀ ଆଣ୍ଡରସନ୍ ଟୋରେସ୍‌ଙ୍କୁ ଗିରଫ କରାଯାଇଛି । ଶନିବାର ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଉଦ୍ଦେଶ୍ୟମୂଳକ ଭାବେ ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ସହ ଆଣ୍ଡରସନ ଟୋରେସ୍‌ଙ୍କୁ ବିବେଚନା କରାଯାଏ । ହିଂସା ଆରମ୍ଭ ହେବା ପୂର୍ବରୁ ଟୋରେସ୍ ଦେଶ ଛାଡିଥିବା ଅଭିଯୋଗ ହୋଇଛି । ଆମେରିକାରୁ ଫେରିବା ପରେ ତାଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *