Pratidin TV

Odisha's Digital News Platform

ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଶାରୀରିକ ଦୁର୍ବଳତା , ବିନା ହାତରେ ଜିତିଲେ ସ୍ବର୍ଣ୍ଣ ପଦକ ..

1 min read

ଜନ୍ମରୁ ହାତ ନାହିଁ , ତଥାପି ସେ ଛାଡି ନାହାନ୍ତି ସାହାସ । ବିନା ହାତରେ  ସେ ପହଞ୍ଚିପାରିଛନ୍ତି  ପାରାଅଲିମ୍ପିକ୍ସରେ । କଥାରେ ଅଛି ମନୋବଳ ଦୃଢ ଥିଲେ, ସଫଳତା ପାଇଁ ବାଟ ଆପେ ଆପେ ଖୋଲିଯାଏ । ଆଉ ଏହାକୁ ସତ କରି ଦେଖାଇଛନ୍ତି  ‘ଗୌବ୍ରିୟଲ୍ ଜିହ୍ନୋ’   । ହାତ ନଥିଲେ ବି ସେ ପରୱାଲମ୍ପିକ୍ସ ରେ ଜିତିଛନ୍ତି ସ୍ବର୍ଣ୍ଣ ପଦକ  । ଯାହା ଆଜି ସାରା ବିଶ୍ୱକୁ ଚକିତ କରିଦେଇଛି   । ଆପଣ କେବେ ଭାବିଛନ୍ତି, କେହି ବିନା ହାତରେ ପହଁରି ପାରିବେ ? ସେ କେବଳ ପହଁରି ପାରିବେ, ତା’ନୁହେଁ, ବରଂ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିପାରିବେ ! ହଁ ଆଜ୍ଞା, ଏହିପରି ଜଣେ ବ୍ରାଜିଲର ଆଥଲେଟ୍, ଯିଏ ଦୁଇ ହାତ ନଥାଇ ମଧ୍ୟ ସନ୍ତରଣ ଇଭେଣ୍ଟରେ ନିଜ ଦେଶ ପାଇଁ ଗୌରବ ଆଣିଛନ୍ତି ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ କେହି ବିନା ହାତରେ କିପରି ପହଁରି ପାରିବେ ? ବ୍ରାଜିଲର ସନ୍ତରଣକାରୀ ‘ଗୌବ୍ରିୟଲ୍ ଜିହ୍ନୋ’ ପ୍ୟାରିସ୍ ପାରାଲିମ୍ପିକ୍ସରେ ତାଙ୍କର ତୃତୀୟ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । କେବଳ ଇତିହାସ ସୃଷ୍ଟି କରିଛନ୍ତି ତା’ନୁହେଁ, ବରଂ ଲୋକଙ୍କୁ ଦେଖାଇଛନ୍ତି ଯେ ବିନା ହାତରେ ମଧ୍ୟ ପହଁରିବା ସମ୍ଭବ । ପ୍ୟାରିସ୍ ପାରାଲିମ୍ପିକ୍ସ 2024ରେ ସେ ତୃତୀୟ ସ୍ବର୍ଣ୍ଣ ପଦକ ଜିତିବା ପରେ ଉପସ୍ଥିତ ଦର୍ଶକ ତାଙ୍କୁ ଛିଡା ହୋଇ ଶୁଭେଚ୍ଛା ଜଣାଇଥିଲେ । 22 ବର୍ଷୀୟ ସନ୍ତରଣକାରୀ ଗୋବ୍ରିୟଲଙ୍କର ବାହୁ କିମ୍ବା ହାତ ନାହିଁ ଏବଂ ଗୋଡ ବହୁତ ଛୋଟ । ସେ 100 ମିଟର ବ୍ୟାକଷ୍ଟ୍ରୋକ୍ ଏବଂ 50 ମିଟର ବ୍ୟାକଷ୍ଟ୍ରୋକରେ ସ୍ବର୍ଣ୍ଣ ଜିତିବା ପରେ 200 ମିଟର ଫ୍ରିଷ୍ଟାଇଲର S2 ବର୍ଗରେ ମଧ୍ୟ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଗୋବ୍ରିୟଲ୍ 200 ମିଟର ଫ୍ରିଷ୍ଟାଇଲ୍ ସନ୍ତରଣରେ କେବଳ 3 ମିନିଟ୍ ଓ 58.92 ସେକେଣ୍ଡ୍‌ ସମୟ ସହିତ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ପୂର୍ବରୁ ସେ ଟୋକିଓ ପାରାଲିମ୍ପିକ୍ସ 2020ରେ ଦୁଇଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ଜିତିଥିଲେ ।

Leave a Reply

Your email address will not be published. Required fields are marked *