Pratidin TV

Odisha's Digital News Platform

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ବିଆରସି , ଲାଞ୍ଚ ନେଉଥିଲେ ଏବେ ବନ୍ଧାହେଲେ ..

1 min read

ଭିଜିଲାନ୍ସ ଜାଲରେ ଫସିଲେ ବ୍ଲକ ବିଆରସି। ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ଲାଞ୍ଚ ନେଇ ଧରା ପଡିଥିବା କର୍ମଚାରୀ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟଳୟ ବିଆରଏସ ମଧୁସୁଦନ ପଟେଲ । ମିଳିଥିବା ସୂଚନା ଅନୁସାରେ ଝାଡ଼ଖଣ୍ଡର ଜଣେ ଅଣ ଓଡିଆ ଠିକାଦାର ଦେଓଗାଁ ବ୍ଳକରେ ପରିମଳ ବିଭାଗରେ ଠିକାକାମ କରୁଛନ୍ତି । ତାଙ୍କର କିଛି ବିଲ ବାକି ଥିବାରୁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଆସୁଥିଲେ ।

ହେଲେ ବିଆରସି ବିଲ ପାସ କରାଇବାକୁ ଲାଞ୍ଚ ମାଗିଥିଲେ । ଏହାପରେ ଠିକାଦାର ମହହ୍ମଦ ଆଶିଷ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯାହ ଫଳରେ ଆଜି ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ବିଆରସି ଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଦୁଇଟି ସ୍ଥାନରେ ଚଢାଉ କରୁଛି ଭଜିଲାନ୍ସ ।

Advertisement

Leave a Reply

Your email address will not be published. Required fields are marked *