Pratidin TV

Odisha's Digital News Platform

ରେକର୍ଡ ଭାଙ୍ଗୁଛି ତାତି: ୨୦୨୪ ସବୁଠୁ ଉତ୍ତପ୍ତ ବର୍ଷ; ତଥ୍ୟ ଦେଲେ ୟୁରୋପୀୟ ସଂଘ ବୈଜ୍ଞାନିକ

1 min read

ଉତ୍ତପ୍ତ ହେଉଛି ପୃଥିବୀ, ରେକର୍ଡ ଭାଙ୍ଗୁଛି ତାତି । ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ତେବେ ୨୦୨୪ ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ ହେବାର କାରଣ ହେବ ‘ଏଲ୍‌ ନିନୋ’ । ସେପଟେ ବିଶ୍ୱ ତାପମାତ୍ରାରେ ଆଗାମୀ ବର୍ଷ ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିପାରେ। ଏପରି ହେବାଦ୍ୱାରା ବିଶ୍ୱ ତାପମାତ୍ରାରେ ଭୟଙ୍କର ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି କହିଛି ଆମେରିକା ଏଜେନ୍ସି ।

ୟୁରୋପୀୟ ସଂଘର କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବା (ସି୩ଏସ୍) ଗୁରୁବାର କହିଛି ଯେ ଚଳିତ ବର୍ଷ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ହେବା ପ୍ରାୟ ନିଶ୍ଚିତ। ଆସନ୍ତା ସପ୍ତାହରେ ଆଜରବାଇଜାନରେ ହେବାକୁ ଥିବା ଜାତିସଂଘର ସିଓପି-୨୯ ଜଳବାୟୁ ଶିଖର ସମ୍ମିଳନୀ ପୂର୍ବରୁ ଏହି ତଥ୍ୟ ପ୍ରକାଶ ପାଇଛି, ଯେଉଁଠାରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦେଶଗୁଡ଼ିକ ପାଣ୍ଠିରେ ବିପୁଳ ବୃଦ୍ଧି ପାଇଁ ସହମତି ପ୍ରକାଶ କରିବାକୁ ଚେଷ୍ଟା କରିବେ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ।

Advertisement

ଅନ୍ୟପଟେ ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି। ଉଦବେଗ ପ୍ରକାଶ କଲେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟାରେସ୍ । ମାନବଜାତି ପୃଥିବିରେ ନିଆଁ ଲଗାଉଛି ଓ ନିଜେ ଫଳ ଭୋଗୁଛି ବୋଲି କହିଛନ୍ତି ଗୁଟାରେସ୍ । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ ତାତି ।

ସି୩ଏସ୍ କହିଛି ଯେ ଜାନୁଆରିରୁ ଅକ୍ଟୋବର ମଧ୍ୟରେ ବିଶ୍ୱର ହାରାହାରି ତାପମାତ୍ରା ଏତେ ଅଧିକ ଥିଲା ଯେ ୨୦୨୪ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ହେବା ପ୍ରାୟ ନିଶ୍ଚିତ। ସି୩ଏସ୍ ନିର୍ଦ୍ଦେଶକ କାର୍ଲୋ ବୁଣ୍ଟେମ୍ପୋ କହିଛନ୍ତି, ଚଳିତ ବର୍ଷର ରେକର୍ଡର ମୂଳ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ୨୦୨୪ ଏବଂ ୨୦୨୩ରେ ଅଗଷ୍ଟ ମାସ ମଧ୍ୟରେ ହାରାହାରି ତାପମାତ୍ରା ୧୬.୮୨ ଡିଗ୍ରି ରହିଛି, ଯାହା ବୈଶ୍ୱିକ ତାପମାତ୍ରା ସହ ସମାନ ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଡାଟା ଦର୍ଶାଉଛି ଯେ କିପରି ଜଳବାୟୁ ପରିବର୍ତ୍ତନ ଆମ ଉପରେ କୁପ୍ରଭାବ ପକାଉଛି । ଏହା ପୂର୍ବରୁ ଗତ ବର୍ଷ ଅର୍ଥାତ୍ ୨୦୨୩ ମଧ୍ୟ ହାରାହାରି ଭାବେ ଅତ୍ୟଧିତ ଉଷ୍ମ ଥିଲା ଏବଂ ଚର୍ଚ୍ଚା ହେଉଥିଲା ଏହା ପୃଥିବୀର ସବୁଠୁ ଉତ୍ତପ୍ତ ବର୍ଷ । କିନ୍ତୁ ଏବେ ୨୦୨୪ ଡାଟାରୁ ସ୍ପଷ୍ଟ ହୋଇଛି ଯେ ଚଳିତ ବର୍ଷ ପୃଥିବୀ ଇତିହାସର ସବୁଠୁ ଗରମ ବର୍ଷ । ୨୦୨୪ ପ୍ରଥମ ବର୍ଷ ହେବ ଯେଉଁଥିରେ ପୃଥିବୀ ୧୮୫୦-୧୯୦୦ ପ୍ରାକ୍-ଶିଳ୍ପ ସମୟ ତୁଳନାରେ ୧.୫ ସେଲସିୟସରୁ ଅଧିକ ଗରମ ହେବ। ୧୮୫୦-୧୯୦୦ ମଧ୍ୟରେ ମନୁଷ୍ୟ ଶିଳ୍ପ ସ୍ତରରେ ପ୍ରଥମେ ଜୀବାଶ୍ମ ଇନ୍ଧନ ଜାଳିବା ଆରମ୍ଭ କରିଥିଲା। କୋଇଲା, ତୈଳ ଓ ଗ୍ୟାସ୍ ଜାଳିବାରୁ କାର୍ବନ ଡାଇଅକ୍ସାଇଡ (ସିଓ୨) ନିର୍ଗମନ ବୃଦ୍ଧି ପାଇ ଗ୍ଲୋବାଲ ୱାର୍ମିଂର ମୁଖ୍ୟ କାରଣ ପାଲଟିଛି। ପବ୍ଲିକ୍ ରିସର୍ଚ୍ଚ ୟୁନିଭର୍ସିଟି ଇଟିଏଚ୍ ଜୁରିକ୍‌ର ଜଳବାୟୁ ବୈଜ୍ଞାନିକ ସୋନିଆ ସେନେଭିରତ୍ନେ କହିଛନ୍ତି ଯେ ସିଓ୨ ନିର୍ଗମନ କରୁଥିବା ଜୀବାଶ୍ମ ଇନ୍ଧନରୁ ନିଜ ଅର୍ଥନୀତିକୁ ମୁକ୍ତ କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ସେ ସିଓପି୨୯ର ସରକାରମାନଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *