Pratidin TV

Odisha's Digital News Platform

ପ୍ରଥମ ‘ ICSI’ ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁ ହୋଇଛନ୍ତି ବାପା, ପୁଣି ସେହି ହସ୍ପିଟାଲରେ ହେଲା ପୁଅର ଜନ୍ମ …

1 min read

ପ୍ରାୟ ୩୦ ବର୍ଷ ପୂର୍ବେ, ଭାରତୀୟ ବିଜ୍ଞାନକୁ ମିଳିଥିଲା ଏକ ବିରାଟ ସଫଳତା । ମୁମ୍ବାଇରେ ରହୁଥିବା ଦମ୍ପତ୍ତିଙ୍କୁ ବିଜ୍ଞାନ ଦେଇଥିଲା ପୁତ୍ରପ୍ରାପ୍ତିର ସୁଖ । ଏବଂ ଭାରତ ଇତିହାସରରେ ଯୋଡ଼ି ହୋଇଥିଲା ନୂଆ ଏକ ରେକର୍ଡ । ଜନ୍ମ ହୋଇଥିଲା ଭାରତର ପ୍ରଥମ ‘ ICSI’ ଶିଶୁ । ଭାରତର ପ୍ରଥମ ‘ ICSI’ ଶିଶୁ ଭାବରେ ଜନ୍ମ ଗ୍ରହଣ କରିଥିଲେ ଲବ ସିଂ। ତା ସହିତ ତାଙ୍କର କାହାଣୀ ଆହୁରି ମଧ୍ୟ ଖାସ ଥିଲା , କାରଣ ଏହି ସମାନ ଶୈଳୀ ଆପଣେଇ ବେଲଜିୟମ ରେ ପିଲା ଜନ୍ମ ହୋଇଥିଲା । ଏହାର ଦୁଇ ବର୍ଷ ପରେ ଏବଂ ଭରତର ପ୍ରଥମ ଟେଷ୍ଟ୍ୟୁ ବେବି ହର୍ଷ ଚାବଡା-ଶାହାଙ୍କ ଆଠ ବର୍ଷ ପରେ ସେ ଜନ୍ମ ହୋଇଥିଲେ । ବର୍ତ୍ତମାନ ସେହି ଶିଶୁ ଏବେ ବାପା ହୋଇଛି ।

ଭାରତର ପ୍ରଥମ ‘ ICSI’ ଶିଶୁ ଲବ ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି । ଜାନୁଆରୀ ୨୮ ରେ ଲବ ସିଂ ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି । ତାଙ୍କ ପୁଅର ଜନ୍ମ ମଧ୍ୟ ସେ ଜନ୍ମ ହଇଥିବା ଜସଲୋକ ଡାକ୍ତରଖାନାରେ ହୋଇଛି । ତାଙ୍କର ପୁଅକୁ ପ୍ରସବ କରିବା ପାଇଁ ସେମାନେ ଡାକ୍ତର ଫିରୋଜ ପାରିକଙ୍କୁ ବାଛିଥିଲେ । ଯିଏ ତାଙ୍କ ପିତା , ମାତାଙ୍କର ଚିକିତ୍ସା କରିଥିଲେ । ଯଦିଓ ତାଙ୍କର ପୁଅ ସ୍ୱବାବିକ ଭାବେ ଜନ୍ମ ଗ୍ରହମ କରିଛି । ତଥାପି ଲବ ଏବଂ ତାଙ୍କ ପତ୍ନୀ ହରଲୀନ ଡାକ୍ତର ପାରିକ୍ ଙ୍କୁ ସମ୍ମାନ ଦେବା ପାଇଁ ଏହି ଡାକ୍ତରଖାନାକୁ ବାଛିଥିଲେ ।

Advertisement

Leave a Reply

Your email address will not be published. Required fields are marked *