Pratidin TV

Odisha's Digital News Platform

ବାହା ହେଉ ହେଉ ପୋଲିସ କଲା ଚଢାଉ , ବେଦୀ ଛାଡି ଚମ୍ପଟ ମାରିଲେ ବର କନିଆଁ ..

1 min read

ଚାଲିଥିଲା ବାହାଘର ବେଶ୍ ଖୁସିଥିଲେ ବର କନିଆଁଙ୍କ ପରିବାର ଲୋକେ । ପଡିସାରିଥିଲା ହାତ ଗଣ୍ଠି କନିଆଁ ମଥାରେ ସିନ୍ଦୁର ଦେଇସାରିଥିଲା ବର । ହେଲ ଏମିତି କଣ ହେଲାଯେ ବର କନିଆଁ ବିବାହ ବେଦୀରୁ ଚମ୍ପଟ ମାରିଲେ । ଯାହାକୁ ନେଇ ଉଭୟ ବର ଏବଂ କନିଆଁଙ୍କ ପରିବାର ଲୋକଙ୍କ ସହିତ ଚିନ୍ତାରେ ପୋଲିସ ଏବଂ ପ୍ରଶାସନ । ଏ ଘଟଣା ଯେତିକି ଅଜବ ଲାଗୁଛି ସେତିକି ଆଶ୍ଚର୍ଯ୍ୟ କରୁଛି । ପୁରା ଘଟଣା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନାନୁଯାୟୀ କୋଲିୟରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଢ଼ିମାରଗୁଡ଼ି ଅଞ୍ଚଳରେ ଏକ ବାଲ୍ୟ ବିବାହ ଚାଲିଥିଲା । ଯାହାର ଖବର ପାଇ ତାଳଚେର ଶିଶୁ ସୁରକ୍ଷା ଅଧିକାରୀ ତଥା ସିଡିପିଓ ପ୍ରମୋଦିନି ତ୍ରୀପାଠୀ ଏବଂ କୋଲିୟରୀ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଲ୍ୟ ବିବାହକୁ ବନ୍ଦ କରିଥିଲେ । କିନ୍ତୁ ସିଡିପିଓ ଏବଂ ପୁଲିସ୍ କର୍ମଚାରୀ ପହଞ୍ଚିବା ପୂର୍ବରୁ ବିବାହ ସମ୍ପର୍ଣ୍ଣ ହୋଇ ସାରିଥିଲା ଆଉ ଭୋଜି ଭାତ ମଧ୍ୟ ଆରମ୍ଭ ହୋଇସାରିଥିଲା । ସେହି ବିବାହ ଭୋଜିରେ ପ ପୁଲିସ୍ ଏବଂ ସିଡିପିଓ ପହଞ୍ଚିି ଭୋଜି ଭାତକୁ ବନ୍ଦ କରିବା ସହିତ ଉଭୟ ନାବାଳକ ଦମ୍ପତିଙ୍କୁ ଉଦ୍ଧାର କରି ଶିଶୁ ବାଳା ସୁଧାର ଗୃହକୁ ପଠାଇବାକୁ ପରିବାର ଲୋକଙ୍କ ସହିତ ଆଲୋଚନା କରୁଥିଲେ । ଏହି ଆଲୋଚନା ବେଳେ ଉଭୟ ପୁଲିସ୍ ଓ ସିଡିପିଓଙ୍କ ସହିତ ପରିବାରଲୋକଙ୍କର କଥା କଟାକଟି ହୋଇ ସେଠାରେ ଏକ ପ୍ରକାର ଅପ୍ରିତିକର ପରିସ୍ଥିତ ଉପୁଜିଥିଲା । ଏପରିକି ପୁଲିସ୍‌, ସିଡିପିଓ ଏବଂ ପରିବାର ଲୋକଙ୍କ ମଧ୍ୟରେ ଧସ୍ତା ଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା । ଏହି ଅପ୍ରିତିକର ପରିସ୍ଥିତିର ସୁଯୋଗ ନେଇ ଉଭୟ ନାବାଳକ ଦମ୍ପତି ଘଟଣା ସ୍ଥଳରେ ଚମ୍ପଟ ମାରିଥିଲେ । ହେଲେ ଫେରାର ଅଧଘଣ୍ଟା ପରେ ପୁଲିସ୍ ଏବଂ ସିଡିପିଓ ଜାଣିବାକୁ ପାଇଥିଲେ । ଘରର ଚାରିପାଖ ଖୋଜି ନୟାନ୍ତ ହୋଇ ଯାଇଥିଲେ ବି ଉଭୟ ନାବାଳକ ଦମ୍ପତିଙ୍କ କୌଣସି ଖୋଜ ଖବର ପାଇନଥିଲେ । ଯାହା ଫଳରେ ଉଭୟ ପୁଲିସ୍ ଏବଂ ସିଡିପିଓ ଘଟଣା ସ୍ଥଳରୁ ନିରାଶ ହୋଇ ଫେରିଥିଲେ ।

Advertisement

ଏହି ଖବର କେବଳ ପୁଲିସ୍ ଏବଂ ସିଡିପିଓଙ୍କ ପାଖରେ ସିମିତ ନଥିଲା ଏହି ଖବର ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପାଖରେ ପହଞ୍ଚିିଥିଲା । ଯାହାକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତାଳଚେର ସିଡିପିଓଙ୍କୁ ବିରକ୍ତି ପ୍ରକାଶ କରିବା ସହିତ ଉକ୍ତ ନାବାଳିକା ଦମ୍ପତୀଙ୍କୁ ଖୋଜି ଆଣିବାକୁ ନିର୍ଦେଶ ଦେଇଥିଲେ । ଅପର ପକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତାଗିଦ ପରେ ତାଳଚେର ସିଡିପିଓ ଶ୍ରୀମତୀ ତ୍ରୀପାଠୀ ନିଜକୁ ବଞ୍ଚାଇବାକୁ ଯାଇ କୋଲିୟରୀ ଥାନାରେ ଏକ ଏତଲା ଦାୟର କରିଥିବା ଜଣା ପଡ଼ିଛି । ସେହିଭଳି ଭାବେ ନାବାଳକ ଦମ୍ପତ୍ତିଙ୍କ ପୋଲିସ ଓ ସିଡିପିଓଙ୍କୁ ଦୋଷ ଦେଇଛନ୍ତି । ତାଙ୍କ ପୁଅ ଝିଅଙ୍କର କିଛି ହେଲେ ପୋଲିସ ଏବଂ ସିଡିପିଓ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *