ବାହାଘର ପରେ ପ୍ରେମିକ ସହ ଛୁ ହୋଇଗଲା କନିଆଁ ; ଶିଶୁପାଳ ହୋଇ ଥାନାରେ ପହଞ୍ଚିଲା ବର ..
1 min readବଲାଙ୍ଗିର : ବଡ ଧୁମ୍ଧାମରେ ଚାଲିଥିଲା ବିବାହ ଆୟୋଜନ । ସଜା ମଣ୍ଡପ ସହ କନିଆ ମଧ୍ୟ ହୋଇଥିଲା ରେଡି । ବର ପହଞ୍ଚିଲା ବିବାହ ବି ହେଲା , ଏକାଠି ବସି ଗୋଟିଏ କଂସାରେ ପଖାଳ ମଧ୍ୟ ଖାଇଲେ । କିନ୍ତୁ ଝିଅ ଜ୍ୱାଇଂଙ୍କ ବିଦାଇ ସମୟରେ, ବର ବଦଳରେ ପ୍ରେମିକ ସହ ଛୁ ମାରିଲା କନିଆଁ । କ’ଣ ଆପଣମାନଙ୍କୁ କଥାଟା ଫିଲ୍ମି ଲାଗୁଛି କି ! କଥାଟା ପୁରା ସତ । ଏଭଳି ଏକ ଅଭାବନୀୟ ଘଟଣାଘଟିଛି ବଲାଙ୍ଗିର ଜିଲ୍ଲା ବ୍ରହ୍ମଣପଡାରେ ।
ସଜା ହେଇଥିଲା ମଣ୍ଡପ, ବେଦିରେ ବସି ସାରିଥିଲା କନ୍ୟା। ହେଲେ ବାହାଘର ଶେଷ ହେବା ପରେ ପ୍ରେମିକ ସହ ସୁନା ଗହଣାଧରି ଫେରାର ମାରିଛି କନ୍ୟା ।ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମୁକୁନ୍ଦ ପୁର ଗାଆଁର ନାରାୟଣ ମାଝୀଙ୍କ ପୁଅ ପ୍ରେମକୁମାର ମଝି ବଲାଙ୍ଗିର ଟାଉନ ସ୍ଥିତ ବ୍ରାହ୍ମଣପଡ଼ା ର ସୁରେନ୍ଦ୍ର ମହାକୁଡ଼ଙ୍କ ଝିଅ ଲିଜାଙ୍କ ସହ ବିବାହ ସ୍ଥିର ହୋଇଥିଲା। ବରଯାତ୍ରୀ ନାଚଗୀତ ଓ ବ୍ୟାଣ୍ଡ ବାଜାର ତାଳେ ତାଳେ ଝୁମି ଝୁମି କନ୍ୟା ଘରେ ପହଞ୍ଚିଥିଲା। କିଛି ସମୟପରେ ମଣ୍ଡପରେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହେଲେ ବେଦିରେ ବସିବାବେଳେ ପ୍ରେମିକ କଥା ମନେପଡିଗଲା କନ୍ୟାର। ବାହା ସରିବା ପରେ ବରସହ ଏକା ସାଙ୍ଗରେ ଖାଇଲେ ଆଉ କାହାକୁ କିଛି ନଜଣାଇ ସୁନା ଗହଣା ପିନ୍ଧି ପ୍ରେମିକ ସାଙ୍ଗରେ ବାଇକରେ ଫେରାର ମାରିଲେ କନ୍ୟା ଜଣକ। ଖୋଜା ଖୋଜି ପରେ ମଧ୍ୟ କନ୍ୟାର ଖୋଜ ଖବର ମିଳିଲା ନାହିଁ। ଏନେଇ ଉଭୟ ପକ୍ଷ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଯୁକ୍ତିତର୍କ ଚାଲିଥିଲା।
ବିବାଦ ବଢିବା ଫଳରେ ଥାନାରେ ଘଟଣା ପହଚିଥିଲା। ଏନେଇ ବର ଟାଉନ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏକ ସିସିଟିଭି ଫୁଟେଜ ହାତରେ ଲାଗିଛି, ଯେଉଁଥିରେ କି କନ୍ୟା ଜଣକ ଘରୁ ବାହାରି ଯାଉଛି ଏବଂ ଏକ ମଟରସାଇକେଲ ରେ ବସି ଫେରାର ମାରୁଛି। ଏପଟେ ବର ଶିଶୁପାଳ ହୋଇ ଘରକୁ ଫେରିଛି। ବରଘର ଲୋକେ ଦିନ ରେ ଭୋଜି ଥିବାରୁ ରାତ୍ରୀ ରୁ ରନ୍ଧା ବଢ଼ା ସାରି ବରକନ୍ୟାଙ୍କୁ ଅପେକ୍ଷା କରିଥିଲେ। ହେଲେ ବର ଶିଶୁପାଳ ହୋଇ ଏକା ଘରକୁ ଫେରିଛି କନ୍ୟା ର ଖୋଜ ଖବର ନାହିଁ।