Pratidin TV

Odisha's Digital News Platform

ବିୟୁଟି ପାର୍ଲର ଯାଇ ଫେରାର ହୋଇଗଲା କନିଆ , ଶିଶୁପାଳ ହୋଇ ଫେରିଲା ବର …

1 min read

ହଳଦି ସରିଥିଲା ହାତରେ ମେହେନ୍ଦି ଲାଗିସାରିଥିଲା । ଏପଟେ ବର ବରଯାତ୍ରୀ ଧରି କନିଆ ଘରେ ପହଞ୍ଚି ସାରିଥିଲେ । ବିବାହ ପାଇଁ ପୁରାପୁରି ପ୍ରସ୍ତୁତ ଥିଲା ବର । କନିଆ ବି ବିବାହରେ ଅଧିକ ସୁନ୍ଦର ଦେଖାହେବା ପାଇଁ ପାର୍ଲର ଯାଇଥିଲା । ହେଲେ ଠିକ୍ ସେତିକିବେଳେ ସବୁ କିଛି ଓଲପାଲଟ ହୋଇଗଲା । ଯେଉଁଥିପାଇଁ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡିଲା । କାରଣ ଘରେ ନଥିଲା କନିଆ । ବିୟୁଟି ପାର୍ଲର ଯିବା ବାହାନାରେ ନିଜ ପ୍ରେମିକ ସହ ଚମ୍ପଟ ମାରିଲା କନିଆ । ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁରରେ ।

କନିଆ ଜଣଙ୍କ ନିଜ ସାଙ୍ଗମାନଙ୍କ ସହିତ ବିୟୁଟି ପାର୍ଲରକୁ ଯାଇଥିଲା । ସେଠାରେ ମେକଅପ୍ ହେବା ପରେ ଆଉ ଘରକୁ ଫେରିନଥିଲା କନିଆ । ନିଜ ସାଙ୍ଗ ମାନଙ୍କୁ ରାସ୍ତାରେ ଛାଡି ପ୍ରେମିକ ସହିତ ଫେରାର ହୋଇଯାଇଥିଲା ଝିଅ । ଏହା ଜାଣିବା ପରେ ଉଭୟ ପରିବାର ଲୋକ ଏବଂ ବରର ପାଦତଳୁ ମାଟି ଖସିଯାଇଥିଲା ।

Advertisement

ସୂଚନାନସାରେ ଉତ୍ତରପ୍ରଦେଶ କାନପୁରର ଚୌବପୁରରେ ଥିବା ଛୋଟିଆ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନାମୁତାବକ କାନପୁର ଦେହତରୁ ବିବାହ ଶୋଭାଯାତ୍ରା ଆସିଥିଲା । ଧୁମ୍ ଧାମରେ ବରକୁ ସ୍ୱାଗତ କରିଥିଲେ ଝିଅ ଘର ଲୋକେ । ଅନ୍ୟ ରୀତିନୀତି ଅନୁସାରେ ବରକୁ ବେଦୀ ଉପରକୁ ଆସିବାକ ପ୍ରସ୍ତୁତ କରାଯାଇଥିଲା । ହେଲେ ପାର୍ଲର ଯାଇ ଘରକୁ ଫେରିନଥିଲା କନିଆ । ଦୀର୍ଘ ସମୟ ପରେ ଖାଲି ହାତରେ ବରକୁ ଫେରିବାକୁ ପଡିଥିଲା । ଝିଅଟି ଦୀର୍ଘଦିନରୁ ଅନ୍ୟ ଏକ ଯୁବକକୁ ପ୍ରେମ କରୁଥିଲା । ଝିଅଟି ତାର ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଥିଲା ହେଲେ ପରିବାର ଲୋକ ଏହାକୁ ବିରୋଧ କରିଥିଲେ । ଶେଷରେ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଥିଲା କନିଆ । ବର୍ତ୍ତମାନ ଝିଅର ବାପା ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି । ଯାହା ଉପରେ ଏବେ ପୋଲିସ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *