Pratidin TV

Odisha's Digital News Platform

ନିଜ ବାହାଘରରେ ମଦ ପିଇ ଆସିଲା ବର , ବାହାଘର ଭାଙ୍ଗିଗଲା କନିଆଁ ..

1 min read

ବିବାହ କରିବାକୁ ବରାଯାତ୍ରୀ ସହ ଆସିଥିଲା ବର । ହେଲେ ରାଗି ଗଲା କନ୍ୟା । ବିବାହ ବେଦୀରୁ ଉଠି ଚାଲିଗଲା । ଆଉ କହିଦେଲା ଏହି ବିବାହ ହୋଇପାରିବ ନାହିଁ । ଆପଣ ଭାବୁଥିବା କ’ଣ ଏମିତି ହେଲା ଯେ, କନ୍ୟା ବିବାହ ପାଇଁ ମନା କରିଦେଲା । ପୁରା ଘଟଣା ଜାଣିବା ପରେ ଆପଣ ନିଜେ ଉତ୍ତର ରଖିବେ କନ୍ୟାର ନିଷ୍ପତ୍ତି ଠିକ୍ ଥିଲା ନା ଭୁଲ ।ବାଣ ବାଜା ରୋଷଣୀ ସହ ଧୁମ୍‌ଧାମ୍‌ରେ ବରଯାତ୍ରୀ ଧରି ଆସିଥିଲା ବର । କନ୍ୟା ଘରେ ବି ପହଞ୍ଚିଥିଲା । ଏମିତିକି ବିବାହ ବେଦୀ ପର୍ଯ୍ୟନ୍ତ ବି ଆସିଥିଲା । ହେଲେ ବିବାହ ବେଦୀରେ ପହଞ୍ଚିବା ପରେ ବଦଳିଗଲା ସବୁ ଚିତ୍ର । ବରଯାତ୍ରୀଙ୍କ ସହ ମିଶି ବର ବି ପିଇଥିଲା ମଦ ।

ଆଉ ଝିଅ ଘରେ ପହଞ୍ଚୁ ପହଞ୍ଚୁ ବରଯାତ୍ରୀ ସହିତ ବର ମଧ୍ୟ କନ୍ୟାଘର ଲୋକଙ୍କ ସହ ଅଭଦ୍ରାମି କରିଥିଲେ । କନ୍ୟା ଜାଣିବା ପରେ ଭାଙ୍ଗିଦେଲା ବାହାଘର । ଏପରି ଏକ ମାମଲା ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ସିହୋରରେ ବରଯାତ୍ରୀ ସହିତ ବର ଫେରିଯିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାମୁତାବକ, ବରଯାତ୍ରୀଙ୍କ ସହ ବର ମଦ ପିଇ ନିଶାରେ ର୍ଚୁ ଥିଲେ । ଏପରି ଅବସ୍ଥାରେ ଆସି ପହଞ୍ଚିଥିଲେ ଝିଅ ଘରେ । ମଦ୍ୟପାନ କରିଥିବା ବର ଏବଂ ବରଯାତ୍ରୀ ଝିଅ ପକ୍ଷର ଲୋକଙ୍କ ସହ ଅଭଦ୍ରାମୀ କରିବା ସହ ମାରପିଟ୍ ମଧ୍ୟ କରିଥିଲେ । ଏବଂ ଯୌତୁକରେ ର୍କା ସହିତ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ ବର ପକ୍ଷ । ଏକଥା ଶୁଣିଥିଲେ କନିଆଁ କନ୍ୟା ଜଣଙ୍କ ଏ ସମସ୍ତ ଘଟଣା ଦେଖିବାପରେ ସାହାସର ସହ ମଦୁଆ ବରକୁ ବିବାହ କରିବାକୁ ସିଧା ସିଧା ମନା କରିଦେଇଥିଲା । ଏହାପରେ ବର ଏବଂ ବରଯାତ୍ରୀଙ୍କୁ ଖାଲି ହାତରେ ଫେରିବାକୁ ପଡିଥିଲା । ଶିଶୁପାଳ ହୋଇ ବର ଫେରିଯିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ କନ୍ୟାର ସାହାସକୁ ଭୁରି ଭୁରି ପ୍ରଂଶସା କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *