Pratidin TV

Odisha's Digital News Platform

ବିବାହ ଛାଡି ପରୀକ୍ଷା ଦେବାକୁ ଆସିଲେ କନିଆଁ : ଲ୍ୟାବ୍ କୋଟ୍ ପିନ୍ଧି ବେକରେ ପକାଇଥିଲେ ଷ୍ଟେଥୋସ୍କୋପ୍ ,ଭାଇରାଲ ହେଉଛି ଭିଡିଓ…

1 min read

କେରଳ : ଯଦି ଆପଣଙ୍କର ପରୀକ୍ଷା ଆପଣଙ୍କ ବିବାହ ଦିନ ହିଁ ପଡ଼ିଥାଏ । ତେବେ ଏହି ସମୟରେ କେବଳ ଦୁଇଟି ଉପାୟ ଆପଣଙ୍କ ଆଖି ସାମ୍ନାକୁ ଆସିବ । ପ୍ରଥମେ ଆପଣ ସେହି ଦିନ ପରୀକ୍ଷାରେ ଯୋଗ ଦେଇପାରିବେ ନାହିଁ କିମ୍ବା ଏହାକୁ ଛାଡ଼ିପାରିବେ । କିନ୍ତୁ କେରଳର ଜଣେ କନିଆଁ ଉଭୟ ରାସ୍ତାରେ ଯାଇଛନ୍ତି । କନିଆଁ ଜଣକ କନ୍ୟା ବେଶରେ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆସିଛନ୍ତି । ସେ ଲ୍ୟାବ୍ କୋଟ୍ ପିନ୍ଧିଥିବା ଏବଂ ବେକରେ ଷ୍ଟେଥୋସ୍କୋପ୍ ପିନ୍ଧିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Advertisement

କନିଆଁ ଜଣକ ହେଲେ ଲକ୍ଷ୍ମୀ ଅନିଲ । ବେଥାନି ନବଜୀବନ କଲେଜ ଅଫ୍ ଫିଜିଓଥେରାପିର ଛାତ୍ରୀ । ଭିଡିଓରେ ସେ ନିଜ ସହପାଠୀମାନଙ୍କ ସହିତ ବେଶ୍ ହସଖୁସିରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଭିଡିଓରେ ସେ ହଳଦିଆ ରଙ୍ଗର ବିବାହ ଶାଢ଼ି, ବହୁତ ସୁନା ଅଳଙ୍କାର ଏବଂ ମେକ୍‌ଅପ୍ ନେଇ ପରୀକ୍ଷା ହଲ୍‌ରେ ପ୍ରବେଶ କରୁଛନ୍ତି । ଏହା ଦେଖି ତାଙ୍କ ସାଙ୍ଗସାଥୀମାନେ ହସୁଛନ୍ତି । ଲକ୍ଷ୍ମୀ ହଲ୍‌କୁ ଯିବା ବାଟରେ ତାଙ୍କ ଫିଜିଓଥେରାପି ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କିଛି ୟୁଜର ତାଙ୍କୁ ପ୍ରଶଂସା କରିଥିବାବେଳେ ଆଉ କିଛି ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ।

https://www.instagram.com/reel/CoeHlB0ps8m/?utm_source=ig_web_copy_link

Leave a Reply

Your email address will not be published. Required fields are marked *