Pratidin TV

Odisha's Digital News Platform

ନିମ୍ନ ମାନର କାମ ପାଇଁ ଦାୟୀ କିଏ ? ୧୪ ଘଣ୍ଟା ନପୁରୁଣୁ ଭୂଷୁଡିଲା ନବନିର୍ମାଣ ପୋଲ …

1 min read

କେନ୍ଦ୍ରାପଡା : ନିର୍ମାଣକୁ ୧୪ ଘଣ୍ଟା ନପୂରୁଣୁ ଭାଙ୍ଗିଲା ନିର୍ମାଣଧୀନ ପୋଲ । ତେବେ ପୋଲଟି ଭାଙ୍ଗିବା ସମୟରେ ତଳେ ଥିବା ୪ ଜଣ ଶ୍ରମିକ ଆଭାସ ପାଇ ଯାଇଥିଲେ । ପୋଲଟି ଭାଙ୍ଗିବା ପୂର୍ବରୁ ସମସ୍ତେ ପ୍ରାୟ ସୁରକ୍ଷିତ ବାହରି ଆସିଥିଲେ ।

ସୂଚନା ଅନୁଯାୟୀ କେନ୍ଦ୍ରାପଡା ତିନି ମୁହାଣୀ ପୋଲଠାରୁ କେନ୍ଦ୍ରାପଡ଼ା ସହରକୁ ସଂଯୋଗ କରିବା ପାଇଁ ନୂତନ ଭାବେ ARSS କମ୍ପାନୀ ଦ୍ଵାରା ତିଆରି ହେଉଥିବା ପୋଲ ଆଜି ହଠାତ୍ ଭୂଷୁଡି ପଡିଥିଲା । ପ୍ରାୟ ୧୦୦ ମିଟରରୁ ଅଧିକ ଲମ୍ବା ସ୍ଲାବ୍‌ଟି ଭାଙ୍ଗିପଡିଛି । ଏଠି ପ୍ରଶ୍ନ ଉଠୁଛି ଯେ ଏଭଳି ନିମ୍ନ ମାନ କାମ ପାଇଁ ଦାୟୀ କିଏ ? ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଆଜି ଏଭଳି ଅଘଟଣ ପାଇଁ ଦାୟୀ ସରକାରୀ ଯନ୍ତ୍ରୀ ଓ କମ୍ପାନୀ ମାଲିକ । ଉଭୟଙ୍କ ସଲାସୁତର ନିତି ଯୋଗୁ ଆଜି ନବର୍ନିମାଣ ପୋଲ ଭୂଷୁଡିଛି । କିଏ ଜାଣେ କାଲି ଆଉ କେଉଁ ପୋଲ ଖସିବ ?

Leave a Reply

Your email address will not be published. Required fields are marked *