Pratidin TV

Odisha's Digital News Platform

ନିର୍ମାଣଧୀନ ପୋଲ ସେଣ୍ଟ୍ରିଙ୍ଗ ଭୁଶୁଡିବା ଘଟଣା ; ମୃତକଙ୍କ ପରିବାରକୁ ସହାୟତ ପ୍ରଦାନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜିଲ୍ଲାପାଳ ସ୍ବଧା ଦେବ ସିଂ….

ରାୟଗଡା : ରାୟଗଡା ଜିଲ୍ଲା, କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅଧିନସ୍ଥ ଉପରସାଜାରେ କଲଭେଟର ସେଣ୍ଟ୍ରିଙ୍ଗ ଭୁଶୁଡିବା ଘଟଣାରେ ମୃତକଙ୍କ ପରିବାରକୁ ସହାୟତ ପ୍ରଦାନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା ସହ ଜିଲାପାଳ ସ୍ବଧା ଦେବ ସିଂ ।

ସୂଚନା ଅନୁଯାୟୀ ଗତ ୩୧ତାରିଖ ଦିନ ଲଗାଣ ବର୍ଷା ହେବା ଯୋଗୁଁ କଟଲପାଡୁ ଠାରୁ ତଳ ସାଜା ଦେଇ ଉପର ସାଜା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଥିଲା । ଉପର ସାଜା ନିକଟରେ ଥିବା ଜାପିଙ୍ଗ ନାଳରେ ଏକ ଛୋଟ ପୋଲ ନିର୍ମାଣ କରିବା ପାଇଁ ସେଣ୍ଟ୍ରିଙ୍ଗ କରାଯାଇଥିଲା।ଉକ୍ତ ଗ୍ରାମର ୪ଜଣ ଶିଶୁ ସମେତ ଜଣେ ବୟସ୍କ ବ୍ୟକ୍ତି ସେଇଦିନ ନାଳକୁ ଗାଧୋଇବା ପାଇଁ ଯାଇଥିଲେ । ନାଳରେ ବର୍ଷା ପାଣି ଆସିଯିବାରୁ ସେଣ୍ଟିଙ୍ଗଟି ଦୁର୍ବଳ ହୋଇଯାଇ ତାହା ଗାଧୋଉଥିବା ଲୋକଙ୍କ ଉପରେ ଭୁସିଡି ପଡିଥିଲା । ଯାହା ଫଳରେ ୩ ଶିଶୁ ସମେତ ଜଣେ ବ୍ୟକ୍ତି ଙ୍କମୃତ୍ୟୁ ହୋଇଥିବା ବେଳେ ସ୍ୱଭାଗ୍ୟ ବସତ ଜଣେ ଶିଶୁ (ଅନ୍ୱେଷ କୁଲିସିକା) ବଞ୍ଚି ଯାଇଥିଲେ । ଏହି ଘଟଣାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ୍ୟୁବରଣ କରିଥିବା ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରି କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ।

ଆଜି ରାୟଗଡା ଜିଲାପାଳ ଓ ମନ୍ତ୍ରୀ ଗସ୍ତ କରି ମୃତ ପରିବାରକୁ ସାନ୍ତ୍ୱନା ଦେଇ ସେଇ ପରିବାରକୁ ୪ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ଏବଂ ମୃତ ଲକ୍ଷ୍ମୀଧର ମିଣିଆକା ଙ୍କ ସ୍ତ୍ରୀ ସାଇବାଣୀ ମିଣିଆକା ଙ୍କୁ ବିଧବା ଭତ୍ତା ଯୋଗାଇ ଦେବା ପାଇଁ ଜିଲାପାଳ ଙ୍କୁ କହିଥିଲେ ।

Leave a Reply

Your email address will not be published. Required fields are marked *