Pratidin TV

Odisha's Digital News Platform

ପାଣିରେ ପଡ଼ିଲା ୧୨ କୋଟି..ଉଦଘାଟନ ପୂର୍ବରୁ ଭୁଶୁଡିଗଲା ବ୍ରିଜ୍‌

1 min read

ପାଣିରେ ପଡିଲା ୧୨ କୋଟି | ଉଦ୍ଘାଟନ ପୂର୍ବରୁ ଭୁସିଡ଼ିଗଲା ଭୁଶୁଡ଼ିଗଲା ବ୍ରିଜ | ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ କରି ନିର୍ମାଣ ଚାଲିଥିବା ଗୋଟିଏ ବ୍ରିଜ୍‌ର କିଛି ଅଂଶ ଉଦଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଛି।

ସୂଚନା ଅନୁଯାୟୀ, ବିହାରର ଅରରିଆ ଜିଲ୍ଲା ସିକଟିରେ ବକରା ନଦୀରେ ନିର୍ମାଣ ହୋଇଥିବା ବ୍ରିଜ୍ ଭୁଶୁଡ଼ି ଯାଇଛି । ୧୨ କୋଟି ଟଙ୍କା ବ୍ୟୟରେ ଏହି ପୋଲଟି ନିର୍ମାଣ ହୋଇଥିବାବେଳେ ଉଦଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିବାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ୧୦୦ ମିଟର ଲମ୍ବା ବିଶିଷ୍ଟ ଏହି ବ୍ରିଜଟି ଭୁଶୁଡ଼ି ପଡ଼ିଛି । ମଙ୍ଗଳବାର ଅପରାହ୍ନରେ ନେପାଳରୁ ଜଳ ଆସିବା ପରେ ସିକଟି ଅଞ୍ଚଳ ଦେଇ ପ୍ରବାହିତ, ବକରା ନଦୀର ପଡ଼ରିଆ ଘାଟରେ ନିର୍ମିତଇ ଏହି ପୋଲର ୨ ଟି ସ୍ତମ୍ଭ ଭାଙ୍ଗିଯାଇଛି | ଏହି କଙ୍କ୍ରିଟ ବ୍ରିଜ୍‌ଟି ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଣିରେ ଭୁଶୁଡ଼ି ନଷ୍ଟ ହୋଇଯାଇଛି। ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି।

Advertisement

ସାମ୍ନାକୁ ଆସିଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା, ବ୍ରିଜ୍‌ର କିଛି ଅଂଶ ପାଣିରେ ଭୁଶୁଡ଼ି ପଡ଼ିଥିବା ବେଳେ ନଦୀ କୂଳରା କିଛି ଲୋକ ଛିଡ଼ା ହୋଇଛନ୍ତି। ବ୍ରିଜର ବିରାଟ ଏକ ଅଂଶ ଭୁଶୁଡ଼ି ପଡ଼ିଥିଲେ କିନ୍ତୁ ଏଥିରେ କେହି ବି ମୃତାହତ ହୋଇ ନାହାନ୍ତି ।

ସିକଟି ବିଧାୟକ ବିଜୟ କୁମାର କହିଛନ୍ତି, “ନିର୍ମାଣକାରୀ ସଂସ୍ଥାର ଅବହେଳା ଯୋଗୁ ବ୍ରିଜ ଭୁଶୁଡ଼ି ପଡ଼ିଛି। ପ୍ରଶାସନ ଏହାର ତଦନ୍ତ କରୁ ବୋଲି ଆମେ ଦାବି କରୁଛୁ।”

ଏହି ବ୍ରିଜ ଭୁଶୁଡି ଯିବା ପରେ ଏହାକୁ ଲୋକ ଦେଖି ସୁରକ୍ଷିତ ସ୍ଥାନକୁ ଦୌଡ଼ିବାରେ ଲାଗିଥିଲେ | ଆଉ ଏକ ଭିଡିଓରେ କିଛି ଲୋକ ଭୁଶୁଡ଼ି ପଡ଼ିଥିବା ବ୍ରିଜ୍ ନିକଟରେ ଛିଡ଼ା ହୋଇଥିବା ବେଳେ ଆଉ କିଛି ଏହାର ତଳେ ଛିଡ଼ା ହୋଇଛନ୍ତି।

Leave a Reply

Your email address will not be published. Required fields are marked *