Pratidin TV

Odisha's Digital News Platform

ବ୍ରିଜ ଶୂନ୍ୟ ହେବ ବିହାର ! ୧୭ ଦିନରେ ଭୁଶୁଡିଲାଣି ୧୨ ବ୍ରିଜ

ବିହାରରେ ବ୍ରିଜ ଭୁଶୁଡିବା ମାମଲା ନୂଆ କଥା ନୁହେଁ | ବିହାରରେ ଏବେ ପ୍ରତିଦିନ ବ୍ରିଜ ବା ପୋଲ ଭୁଶୁଡିଥିବା ନେଇ ଖବର ସାମ୍ନାକୁ ଆସୁଛି | ଗତ ୧୭ ଦିନ ଭିତରେ ପ୍ରାୟ ୧୨ ବିଜେ ମାଟିରେ ମିଶିଯିବାର ନଜରରେ ଆସିଲାଣି | ଏହାରି ମଧ୍ୟରେ ଗୁରୁବାର ଦିନ ସାରନ ଜିଲ୍ଲାରେ ଆଉ ଏକ ବ୍ରିଜ ଭୁଶୁଡି ପଡିଛି | ଜିଲ୍ଲାରେଦୁଇ ଦିନ ମଧ୍ୟରେ ୩ଟି ପୋଲ ଭୁଶୁଡି ପଡିଥିବା ନେଇ ଜିଲ୍ଲାପାଳ ଅମନ ସମୀର କହିଛନ୍ତି |

ସାରନ ଜିଲ୍ଲାରେ ଗୋଟିଏ ବ୍ରିଜ୍‌ ଭୁଶୁଡିବା ଘଟଣାରେ କେହି ବି ମୃତାହତ ହୋଇ ନାହାନ୍ତି। କିନ୍ତୁ ବ୍ରିଜ ଭୁଶୁଡ଼ିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁଯାୟୀ, ଗଣ୍ଡକି ନଦୀ ଉପରେ ଥିବା ଏହି ବ୍ରିଜଟି ୧୫ ବର୍ଷ ପୁରୁଣା। ସାରନରେ ଥିବା ଗାଁ ସହ ଏହା ପଡ଼ୋଶୀ ସିୱାନ ଜିଲ୍ଲାକୁ ସଂଯୋଗ କରୁଥିଲା। ଭୁଶୁଡ଼ିବାର କାରଣ ଜଣାପଡ଼ି ନଥିଲେ ହେଁ ନିକଟରେ ଉକ୍ତ ଅଞ୍ଚଳରେ ଖନନ କାର୍ଯ୍ୟ ହୋଇଥିଲା। ସମ୍ଭବତଃ ଏହି କାରଣ ପାଇଁ ବ୍ରିଜଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।

ବୁଧବାର ଗଣ୍ଡକି ନଦୀ ଉପରେ ୧ କିମି ଦୂରତା ମଧ୍ୟରେ ଥିବା ୨ଟି ବ୍ରିଜ ୨ ଘଣ୍ଟା ବ୍ୟବଧାନରେ ଭୁଶୁଡ଼ି ପଡ଼ିଥିଲା। ଗୋଟିଏ ବ୍ରିଜ ୨୦୦୪ରେ ନିର୍ମାଣ ହୋଇଥିବା ବେଳେ ଅନ୍ୟଟି ବ୍ରିଟିଶ ଅମଳର ଥିଲା। ବିହାରରେ ବାରମ୍ବାର ବ୍ରିଜ ଭୁଶୁଡ଼ୁଥିବାରୁ ଦିନକ ତଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ପୁରୁଣା ପୋଲର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ କ୍ଷତିଗ୍ରସ୍ତ ବ୍ରିଜଗୁଡ଼ିକର ତୁରନ୍ତ ମରାମତି ହେବ ବୋଲି କହିଥିଲେ। ହେଲେ ଦିନକ ପରେ ସାରନରେ ଗୋଟିଏ ବ୍ରିଜ ଭୁଶୁଡ଼ିଛି।

ରାଜ୍ୟରେ ଏଭଳି ସ୍ଥିତିକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଆଇନଜୀବୀ ବ୍ରଜେଶ ସିଂହ | ରାଜ୍ୟର ସବୁ ବ୍ରିଜର ସ୍ଥିତିକୁ ସମୀକ୍ଷା କରିବା ଲାଗି ସରକାର ନିର୍ଦ୍ଦେଶ ଦିଅନ୍ତୁ |

Leave a Reply

Your email address will not be published. Required fields are marked *