Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀ କଲେ ଘୋଷଣା, ଖୁବଶୀଘ୍ର ବ୍ରିଟେନରେ ବ୍ୟାନ ହୋଇପାରେ ସିଗାରେଟ…

1 min read


ବିଟ୍ରେନ: ନିଶା ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି ଯୁବପିଢି । ମଦ ସିଗାରେଟ ଏବଂ ଅନ୍ୟାନ୍ୟ ନିଶାଦ୍ରବ ସେବନ କରିଥାନ୍ତି । ଯାହାଦ୍ୱାରା ଅପରାଧିକ ମାମଲା ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ଭବିଶ୍ୟତ ମଧ୍ୟ ଅସୁରକ୍ଷିତ ହୋଇଥାଏ । ତେଣୁ ନିଶା ଯୋଗୁଁ ହେଉଥିବା କ୍ଷତିଗ୍ରସ୍ତକୁ ଦୃଷ୍ଟିରେ ରଖି କିଛି ଦେଶ ମାନଙ୍କରେ ଏହାକୁ ବାରଣ କରାଯାଇଛି । ସେହିପରି ବ୍ରିଟେନର ମଧ୍ୟ ଧୂମପାନ ନିଷେଧ ହୋଇପାରେ । କୁହାଯାଉଛି ଯେ ଖୁବଶୀଘ୍ର ବ୍ରିଟିଶ ସରକାର ଦେଶରେ ଧୁମ୍ରପାନ ଉପରେ କଟକଣା ଲଗାଇବାକୁ ଚେଷ୍ଟା ଚଲାଇଛନ୍ତି ।
ଖବର ମୁତାବକ,ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ସିଗାରେଟ୍ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛନ୍ତି । ଏବଂ ଦେଶର ଲୋକମାନଙ୍କୁ ମଧ୍ୟ ଧୂମ୍ରପାନ ଛାଡିବା ପାଇଁ ପୋତ୍ସାହନ କରାଯିବ । ୨୦୩୦ ସୁଦ୍ଧା ଦେଶରୁ ଧୂମ୍ରପାନ ସମ୍ପର୍ଣ୍ଣ ରୂପେ ବନ୍ଦ କରାଯିବା ନେଇ ଲକ୍ଷ ରଖାଯାଇଛି । ଗତ ବର୍ଷ ନ୍ୟୁଜିଲାଣ୍ଡରେରେ ଧୂମ୍ରପାନ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ସେହିପରି ବ୍ରିଟେନରେ ମଧ୍ୟ ଧୂମପାନ ବିରୋଧୀ ପଦକ୍ଷେପ ଉପରେ ସୁନକ ବିଚାର କରୁଛନ୍ତି । କୁହାଯାଇଛି ଯେ ୨୦୦୯ ଜାନୁଆରୀ ୧ କିମ୍ବା ଏହାପରେ ଜନ୍ମିତ କୌଣସି ବି ବ୍ୟକ୍ତି ତମାଖୁ ବିକ୍ରି କରିପାରିବେ ନାହିଁ ।


ଅନ୍ୟପଟେ ଭାରତର ବଂଶୋଦ୍ଭବ ଋଶି ସୁନକଙ୍କୁ ଧୂମ୍ରପାନ ପସନ୍ଦ ନୁହେଁ । ଆଉ ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ । ତେଣୁ ସେ ଏହା ଉପରେ ଏକ ଆଇନ ଆଣୁବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । କୁହାଯାଉଛି, ବ୍ରିଟେନରେ ଧୂମପାନକୁ ନେଇ ଯେଉଁ ନୂଆ ଆଇନ ତିଆରି କରାଯାଉଛି, ତାହା ଗତ ବର୍ଷ ନ୍ୟୁଜିଲାଣ୍ଡରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜସିଣ୍ଡା ଅର୍ଡର୍ନଙ୍କ କାର୍ଯ୍ୟକାଳରେ ଅଣାଯାଇଥିବା ଆଇନ ଦ୍ୱାରା ପ୍ରଭାବିତ ହେବ ।

Advertisement

Leave a Reply

Your email address will not be published. Required fields are marked *