ବୟଫ୍ରେଣ୍ଡ ସହ ଝଗଡା କରି ଟପଲେସ୍ ହୋଇ ବୁଲିଲେ ଗାୟିକା , ଭାଇରଲ ହେଉଛି ଫଟୋ …
1 min readହୋଟଲରେ ବୟଫ୍ରେଣ୍ଡ ସହ ଝଗଡା କରିଲେ । ଏହାପରେ ମାନସିକ ବିବ୍ରତ ହୋଇ ଟପଲେସ୍ ହୋଇ ବୁଲିଲେ ଗାୟିକା । ଯାହାର ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏ ହେଉଛନ୍ତି ଆର୍ନ୍ତଜାତୀୟ ତାରକା ବ୍ରିଟିନି ସ୍ପିୟର୍ସ । ହଲିଉଡର ପ୍ରସିଦ୍ଧ ଗାୟିକା ବ୍ରିଟିନ୍ ଏବେ ପୁଣି ଥରେ ଚର୍ଚ୍ଚାର ସିରୋନାମା ପାଲଟିଛନ୍ତି । ତାଙ୍କର ବୃତ୍ତିଗତ ଜୀବନକୁ ନେଇ ନୁହେଁ ବରଂ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ସାରା ବିଶ୍ୱରେ ତାଙ୍କୁ ନେଇ ସମାଲୋଚନା କରାଯାଉଛି । ବ୍ରିଟିନି ତାଙ୍କ ପ୍ରେମିକ ପଲ୍ ରିଚାର୍ଡ ସୋଲିଜଙ୍କ ସହ ଲସ୍ ଆଞ୍ଜେଲ୍ସର ଚାଟୋ ମାର୍ମୋଣ୍ଟରେ ବୁଧବାର ରାତିରେ ଝଗଡା କରିଥିବାର ଅଭିଯୋଗ ହୋଇଛି ।
ରିପୋର୍ଟରେ କୁହାଯାଇଛି ଯେ ଏହି ଝଗଡା ହେତୁ ଆମ୍ବୁଲାନ୍ସକୁ ମଧ୍ୟ ଡାକିବାକୁ ପଡିଥିଲା । ଯେଉଁ ଝଗଡା ପରେ ସେ ହୋଟେଲରୁ ଟପଲେସ୍ ହୋଇ ଆସୁଥିବାର ଦେଖିବାକୁ ମିଳିଥିଲା । ୪୨ ବର୍ଷିୟ ବ୍ରିଟିନ୍ ଙ୍କର ଅନେକ ଫଟୋ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସୋଶିଆଲ ମିଡିଆରେ ଭାଇରଲ ହେଉଥିବା ଫଟୋରେ ବ୍ରିଟିନ୍ ଟପଲେସ୍ ହୋଇଥିବା ବେଳେ ସେ ବିବ୍ରତ ମଧ୍ୟ ଦେଖାଯାଉଥିଲେ । ସେ ଏକ ବାଦାମୀ ରଙ୍ଗର କମଳ ଘୋଡାଇ ହୋଇଥିଲେ । ଏହା ବ୍ୟତିତ ସେ ଏକ ଧଳା ତକିଆ ମଧ୍ୟ ଧରିଥିଲେ । ବ୍ରିଟିନ୍ ଙ୍କୁ ଚାରିପଟୁ ସୁରକ୍ଷା ମଧ୍ୟ ଦିଆଯାଉଥିଲା । ରିପୋର୍ଟମୁତାବକ ତାଙ୍କ ବୟଫ୍ରେଣ୍ଡ ପଲ୍ ରିଚାର୍ଡଙ୍କ ସହ ଝଗଡା ପରେ ସେ ମାନସିକ ସ୍ତରରେ ବିବ୍ରତ ଥିଲେ ।
ତେବେ ଏହି ଫଟୋ ଭାଇରଲ ହେବାପରେ ବ୍ରିଟିନ୍ ମୁହଁ ଖୋଲିଛନ୍ତି । ସେ ଏହି ଖବରକୁ ମିଥ୍ୟା ଖବର କହି ପ୍ରତ୍ୟାଖାନ କରିଛନ୍ତି । ବ୍ରିଟିନ୍ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ “କେବଳ ଲୋକଙ୍କୁ ଜାଣିବାକୁ ଦିଅନ୍ତୁ ଏହି ଖବର ନକଲି ବୋଲି ..ମୁଁ ଚାହେଁ ଲୋକମାନେ ଏହି ସମୟରେ ବୁଝିବାକୁ ଚେଷ୍ଟା କରନ୍ତୁ , ଏହାକୁ ସମ୍ମାନ ଦିଅନ୍ତୁ । ଏହି ଖବରକୁ ଅଧିକ ଚର୍ଚ୍ଚା କରନ୍ତୁ ନାହିଁ ।