ହାତ ଧରାଧରି ହୋଇ ବୁଡିଗଲେ ୫ ବର୍ଷର ଦୁଇ ଭାଇ-ଭଉଣୀ ।
1 min readହସଖୁସିରେ ଘରୁ ବାହାରି ଯାଇଥିଲେ ୫ ବର୍ଷର ୨ ନାବାଳକ ଭାଇ-ଭଉଣୀ । ହେଲେ ଘରକୁ ଫେରିଲା ୨ ଟି ଶବ । ଭାଇ-ଭଉଣୀଙ୍କ ମୃତଦେହ ଦେଖି ସ୍ତବ୍ଧ ହୋଇପଡିଛି ପରିବାର । ନା ପାଟିରୁ କଥା ବାହାରୁଛି ନା କିଏ କାନ୍ଦି ପାରୁଛି । ବାପା ମା ପରିବାର ଜୀବନଠୁ ଅଧିକ ଭଲପାଉଥିବା ୨ ଛୁଆଙ୍କୁ ହରାଇ ଏକଦମ୍ ନିଶବ୍ଦ ।
ବୋରିଗୁମ୍ମା ଥାନା ଅଂଚଳା ପଞ୍ଚାୟତ ରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଗାଁ ନିକଟରେ ଥିବା ପୋଖରୀରେ ବୁଡ଼ି ଦୁଇ ଭାଇ ଭଉଣୀ ଙ୍କ ମୃତ୍ୟୁ ଘଟିଛି ।ଉଭୟେ ଶୌଚ ପାଇଁ ନିକଟରେ ଥିବା ପୋଖରୀକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ।ଦୀର୍ଘ ସମୟ ଧରି ଭାଇ ଭଉଣୀ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କଲେ ପରେ ଅନ୍ୟ ଏକ ଶିଶୁ ଠୁ ସୂଚନା ପାଇ ପୋଖରୀ ରେ ବୁଡ଼ି ଯାଇଥିବା ଜାଣିବାକୁ ପାଇଥିଲେ।ସେମାନଙ୍କୁ ପାଣିରୁ ଉଦ୍ଧାର କରିବା ବେଳକୁ ଦୁଇ ଜଣ ଶିଶୁଙ୍କ ପ୍ରାଣ ଚାଲି ଯାଇଥିଲା।
ଦୁଇ ମୃତ ଶିଶୁ ହେଲେ ବିରାହାଣ୍ଡି ଗାଁ ର ଯୋଗେଶ୍ୱର ଅମୋନାତ୍ୟ ଙ୍କ ଝିଅ ୫ ବର୍ଷ ନାବିନା ଅମୋନାତ୍ୟ।ଏବଂ ସଦନ ଅମୋନାତ୍ୟ ଙ୍କ ପାଞ୍ଚ ବର୍ଷ ପୁଅ ରାମକୃଷ୍ଣ ଅମୋନାତ୍ୟ।ଉଭୟେ ସମ୍ପର୍କରେ ଦୁଇ ଭାଇ ଭଉଣୀ।ଦୁଇ ମୃତ ଦେହକୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ।ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।