Pratidin TV

Odisha's Digital News Platform

ଭାଇ ସାଜିଲା କଂସେଇ ; ଗୁଳି କରି ନେଇଗଲା ଭଉଣୀ ଜୀବନ…

1 min read

କେନ୍ଦୁଝର ; ବାହାରଶତ୍ରୁ ସହ ସବୁ ପରିସ୍ଥିତିରେ ଭଉଣୀକୁ ରକ୍ଷା କରିବ ବୋଲି ଭାଇ ହାତରେ ରାକ୍ଷୀ ବାନ୍ଧେ ଭାଇ । କିନ୍ତୁ ଆଜି ସେଇ ଭାଇ ସାଜିଲା କଂସେଇ । ନିଜ ଭଉଣୀକୁ ସୁରକ୍ଷା ଦେବା ପାଇଁ କଥା ଦେଇଥିଲା କିନ୍ତୁ ନିଜେ ନିଜ ହାତରେ ଭଉଣୀର ଜୀବନ ନେଇ ଆତ୍ମସର୍ମପଣ କରିଛି ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ । ମୃତ ଭଉଣୀ ହେଲେ ମାଳତୀ ବାରିକ । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ପାଣ୍ଡପଡା ଥାନା ସୋମଗିରି ଗ୍ରାମରେ ଘଟିଛି ।

ଖବର ଅନୁଯାୟୀ ପ୍ରସନ୍ନ ଏକ ସକ୍ୟୁଟିରି ସଂସ୍ଥାର ଗନ୍ ମ୍ୟାନ୍ ଭାବେ କାର୍ଯ୍ୟ  କରୁଥିଲେ। ଯାହା ଦରମା ପାଆନ୍ତି ନିଜ ସ୍ତ୍ରୀ ଓ ନିଜର ବଡ଼ ଭଉଣୀକୁ ଦିଅନ୍ତି। ପ୍ରସନ୍ନଙ୍କ ବଡ଼ ଭଉଣୀଙ୍କର ବିବାହ ହୋଇନଥିଲା। ସେ ନିଜର ଭାଇ ଓ ଭାଉଜଙ୍କ ପାଖରେ ରହୁଥିଲେ। ଆଜି ସକାଳେ ପ୍ରସନ୍ନ ଅସୁସ୍ଥ ଅନୁଭବ କରିଥିଲେ। ମେଡିସିନ ଆଣିବାକୁ ଭଉଣୀ ମାଳତୀକୁ ପଇସା ମାଗିଥିଲେ। କିନ୍ତୁ ଭଉଣୀ ପାଇସା ନଦେଇ ଓଲଟା ପ୍ରସନ୍ନ ଙ୍କ ସହ ଯୁକ୍ତି କରିଥିଲେ । ଏବଂ ସ୍ତ୍ରୀ ପଇସା ମାଗିବାକୁ କହିଥିଲେ । ମାତ୍ର ପ୍ରସନ୍ନଙ୍କ ସ୍ତ୍ରୀ ସେ ସମୟରେ ଘରେ ନଥିଲେ କାରଣ ସେ କିଛି ଦିନ ହେବ ନିଜ ବାପ ଘରକୁ ଯାଇଥିଲେ । ଭଉଣୀର ଏଭଳି ଗୋଟିଏ ପଦ କଟୁ କଥାରେ ପ୍ରସନ୍ନଙ୍କ ମୁଣ୍ଡକୁ ରାଗ ଚଢ଼ି ଯାଇଥିଲା। ନିଜ ପାଖରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଆଣି ଭଉଣୀକୁ ଗୁଳି କରି କରିଦେଇଥିଲେ।

Advertisement

ଗୁଳିଟି କାନ୍ଧ ତଳେ ବାଜି ଥିବାରୁ ଭଉଣୀ ମାଳତୀ ଗୁରୁତର ହୋଇଯାଇଥିଲେ ଏବଂ ତାଙ୍କୁ ଚିକିତ୍ସାଳୟ ଆଣିବା ସମୟରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏହାପରେ ଅଭିଯୁକ୍ତ ଭାଇ ନିଜେ ପୋଲିସକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରସନ୍ନଙ୍କୁ ଥାନାରେ ଅଟକ ରଖଛି। ଏହା ସହ ପରିବାର ଲୋକଙ୍କୁ ଘଟଣାସମ୍ପର୍କରେ ପଚରାଉଚରା କରିଛି ଓ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *