Pratidin TV

Odisha's Digital News Platform

ବନ୍ଧା ହେଲା ବ୍ରାଉନସୁଗାର ମାଫିଆ ଶ୍ରୀବତ୍ସ ପରମଗୁରୁ , ଏପଟେ ବନ୍ଧୁକ ନେଇ ଫେରାର୍ ହୋଇଗଲେ ସ୍ତ୍ରୀ ଅନିତା …

ଖୋର୍ଦ୍ଧା ; ବନ୍ଧା ହେଲା ବ୍ରାଉନସୁଗାର ମାଫିଆ ଶ୍ରୀବତ୍ସ ପରମଗୁରୁ । ଶିଳ୍ପାଞ୍ଚଳ ଥାନା ବରୁଣେଇ ନଗର ରେ ବ୍ରାଉନସୁଗାର୍ ମାଫିଆ ଶ୍ରୀବତ୍ସ ପରମଗୁରୁ ଗିରଫ କରି ତଦନ୍ତ ଆରମ୍ଭ କରିଦେଇଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ମାଢିଆ ଶ୍ରୀବତ୍ସର ଏକ ଘରୋଇ ବ୍ୟାଙ୍କ୍ ଲକରରୁ ବିପୁଳ ସୁନା ଓ ଲକ୍ଷାଧିକ ଟଙ୍କା ଜବତ କରିଛି ।

ଶ୍ରୀବତ୍ସ ପରମଗୁରୁ ଠାରୁ ଜୀବନ୍ତ ଦୁଇଟି ଗୁଳି, ମାଗାଜିନ ଜବତ କରିଥିବା ବେଳେ ସ୍ତ୍ରୀ ଅନିତା ପରମଗୁରୁ ବନ୍ଧୁକ ନେଇ ଫେରାର ଅଛନ୍ତି । ଶ୍ରୀବତ୍ସ ବ୍ରାଉନସୁଗର କାରବାର ଘଟଣାରେ ୪ଥର ଓ ସ୍ତ୍ରୀ ୨ଥର ଗିରଫ ହୋଇଥିଲେ। ଘଟଣାର ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

ପ୍ରକାଶ ଯେ ପୋଲିସ ତାଙ୍କୁ ଗିରଫ ପରେ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି। ବେଆଇନ ବନ୍ଧୁକ କେଉଁଠୁ ଆଣିଲେ, ତାଙ୍କ ସହ ଆଉ କାହାର ରହିଛି ସଂପୃକ୍ତି, ତାହାର ଖୋଳତାଡ ଚାଲିଛି ।

Leave a Reply

Your email address will not be published. Required fields are marked *