Pratidin TV

Odisha's Digital News Platform

କ୍ଷମତାକୁ ଆସିଲେ ୪ଶହ ଟଙ୍କାରେ ଦିଆଯିବ ରୋଷେଇ ଗ୍ୟାସ୍…

1 min read

() ଆଗକୁ ଆସୁଛି ନିର୍ବାଚନ । ପ୍ରତିଶୃତିର ପୁଡିଆ ବାଣ୍ଟିବା ଆରମ୍ଭ କରିଦେଇଛନ୍ତି ସରକାର । ତେଲେଙ୍ଗାନାରେ ଆସନ୍ତା ମାସରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଜନତାଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଏବଂ ଭୋଟ୍ ହାତେଇବା ପାଇଁ କୌଣସି ସୁଯୋଗ ଛାଡୁନାହାନ୍ତି ରାଜନୈତିକ ଦଳ । ଏହି କ୍ରମରେ ତେଲେଙ୍ଗାନାର ବିଆରଏସ୍ ଦଳ ନିଜ ଇସ୍ତାହାରରେ ଜନସାଧାରଣଙ୍କୁ ଅନେକ ପ୍ରତିଶୃତି ଦେଇଛି ।ବିଆରଏସ୍ ତା’ ଇସ୍ତାହାରରେ କହିଛି, ଯଦି ସେ ଦଳ କ୍ଷମତାକୁ ଆସେ ତେବେ ଗରିବ ମହିଳାଙ୍କୁ ୩ହଜାର ଟଙ୍କା, ୪ଶହ ଟଙ୍କାରେ ଏଲପିଜି ସିଲିଣ୍ଡର, ପ୍ରତ୍ୟେକ ବିପିଏଲ୍ ପରିବାର ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ବୀମା, ସାମାଜିକ ସୁରକ୍ଷା ପେନସନରେ ବୃଦ୍ଧି ଏବଂ ଚାଷୀଙ୍କ ପାଇଁ ବିନିଯୋଗ ସହାୟତା ବୃଦ୍ଧି କରିବା ଭଳି ଆନେକ ପ୍ରତିଶୃତି ଦେଇଛି ଦଳ । କ୍ରମାଗତ ତୃତୀୟ ଥର କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଛି ବିଆରଏସ୍ । ପୂର୍ବରୁ କଂଗ୍ରେସ ମଧ୍ୟ କ୍ଷମତାକୁ ଆସିଲେ ଜନସାଧାରଣଙ୍କୁ ଅନେକ ସୁବିଧା ଯୋଗାଇଦେବ ବୋଲି ପ୍ରତିଶୃତି ଦେଇଥିଲା । ଆଉ ଏବେ କଂଗ୍ରେସଠୁ ୬ଟି ଅଧିକ ପ୍ରତିଶୃତି ଦେଇଛି ବିଆରଏସ୍ । କଂଗ୍ରେସ କ୍ଷମତାକୁ ଆସିଲେ ମହାଳାଙ୍କୁ ୨,୫୦୦ଟଙ୍କା, ୫ଶହ ଟଙ୍କାରେ ରୋସେଇ ଗ୍ୟାସ୍‌, ଚାଷୀଙ୍କୁ ପ୍ରତି ଏକର ପିଛା ୧୫ହଜାର ଟଙ୍କା ସହାୟତା ଦେବା ନେଇ ପ୍ରତିଶୃତି ଦେଇଥିଲା ।

Advertisement

Leave a Reply

Your email address will not be published. Required fields are marked *