ଚିକିତ୍ସା ନାମରେ ବର୍ବରତା! ଆନେସ୍ଥେସିଆ ଇଞ୍ଜେକ୍ସନ ଦେଇ ବର୍ଷରେ କରିଥିଲେ ୭ ଥର କୁକର୍ମ
1 min readଡାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀ ଏଥିରୁ ଉପଶମ ପାଇବାକୁ ଡାକ୍ତର ନିକଟକୁ ହିଁ ଯାଇଥାଏ। ମାତ୍ର ରୋଗୀର ଅସୁବିଧାର ସୁଯୋଗ ନେଇ ତା ଇଜ୍ଜତ ସହ ଖେଳିବା, ଦୁଷ୍କର୍ମ କରୁଥିବା ଡାକ୍ତର କୌଣସି ଜହ୍ଲାଦଠୁ କମ୍ ନୁହଁ | କିନ୍ତୁ, ଜଣେ ଦନ୍ତ ଚିକିତ୍ସକ ଚିକିତ୍ସା ନାମରେ କ୍ରୁରତାର ସୀମା ଅତିକ୍ରମ କରିବାର ଖବର ସାମ୍ନାକୁ ଆସିଛି । ତାଙ୍କ ପାଖକୁ ଚିକତ୍ସା ପାଇଁ ଆସୁଥିବା ମହିଳାଙ୍କୁ ଆନେସ୍ଥେସିଆ ଇଞ୍ଜେକ୍ସନ ଦେଇ ତାଙ୍କର କରୁଥିଲେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ପ୍ରସ୍ତୁତି |ଏହି ମାମଲା ରାଜସ୍ଥାନର ଜାଲୋର ଜିଲ୍ଲାର ଭିନମଲ ସହରର ଅଟେ।
ମହିଳା ଜଣକ ଦାନ୍ତ ମୂଳ କେନାଲ ଚିକତ୍ସା ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ | ଏହି ସମୟରେ ଡାକ୍ତର ଆନେସ୍ଥେସିଆ ଇଞ୍ଜେକ୍ସନ ଦେଇ କରୁଥିଲେ ଦୁଷ୍କର୍ମ | ଏବଂ ଏହାର ନେଉଥିଲେ ଫଟୋ ଓ ଭିଡ଼ିଓ | ତାପରେ ଦେଇଥିଲେ ଧମକ | ଭାଇରଲ କହିବାକୁ ଧମକ ଦେଇ କରୁଥିଲେ ବାରମ୍ବାର ଦୁଷ୍କର୍ମ | ପ୍ରାୟ ଏକ ବର୍ଷ ଧରି ମହିଳାଙ୍କୁ ବ୍ଲାକମେଲ କରି ଡାକ୍ତର କରୁଥିଲେ ଦୁଷ୍କର୍ମ | ପରେ ସହି ନ ପରି ମହିଳା ଜଣକ କରିଥିଲେ ଅଭିଯୋଗ | ମହିଳାଙ୍କ ଅଭିଯୋଗ ଥିଲା କି ଡାକ୍ତର ତାଙ୍କର ଅଶ୍ଳୀଳ ଫଟୋ ଭିଡ଼ିଓ କରି ବର୍ଷରେ ୭ଥର କରିଛନ୍ତି ଦୁଷ୍କର୍ମ |