ଆତଙ୍କବାଦୀଙ୍କୁ କାବୁ କରିବାକୁ ଓଡିଶାରୁ ଜାମ୍ମୁ ଯିବେ BSF ଜୱାନ ..
1 min readଏବେ ଜମ୍ମୁ କୁ ସୁରକ୍ଷା ଦେବେ ଓଡ଼ିଶାର BSFଯବାନ । ଜମ୍ମୁ ଅଞ୍ଚଳରେ ସୁରକ୍ଷା ବଢାଇବା ପାଇଁ ଓଡ଼ିଶାରୁ ୨,୦୦୦ ରୁ ଅଧିକ କର୍ମଚାରୀଙ୍କୁ ନେଇ ଦୁଇଟି ବିଏସଏଫ ବାଟାଲିୟନ ବାହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛିଦିନ ହେଲା ଜମ୍ମୁ ରେ ବଢି ଚାଲିଛି ଆତଙ୍କୀ ଆକ୍ରମଣ । ତେଣୁ ଏହାକୁ ମୁକାବିଲା କରିବା ଲାଗି ସରକାର ଓଡ଼ିଶାରୁ ୨,୦୦୦ ରୁ ଅଧିକ ଯବାନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଓଡ଼ିଶାରୁ ୨ ହଜାର ଯବାନ ଯିବେ। ଓଡ଼ିଶାରେ ମାଓବାଦୀ ଦମନ ଅଭିଯାନରେ ସାମିଲ ଥିବା ବିଏସ୍ଏଫର ୨ଟି ବାଟାଲିୟନ (୨ ହଜାର) ଯବାନଙ୍କୁ ତୁରନ୍ତ ଜମ୍ମୁ ପଠାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ବିଏସ୍ଏଫର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ମାଓବାଦୀ ମୁକାବିଲାରେ ଏହି ୨ ବାଟାଲିୟନ ବିଏସ୍ଏଫ ଯବାନ ନିୟୋଜିତ ଅଛନ୍ତି। ତେବେ ତୁରନ୍ତ ସେମାନଙ୍କୁ ମାଓ ଦମନ ଅଭିଯାନ ଗ୍ରୀଡରୁ ପ୍ରତ୍ୟାହାର କରି ଜମ୍ମୁକୁ ପଠାଇବା ଲାଗି ନିର୍ଦ୍ଦେଶ ମିଳିଛି । ନିକଟରେ ଦିଲ୍ଲୀ ଓ ଜମ୍ମୁରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଜମ୍ମୁରେ ସେଥିରେ ଜମ୍ମୁରେ ବିଏସ୍ଏଫ ଯବାନଙ୍କୁ ମୁତୟନ କରି କରିବା ଲାଗି ନିଷ୍ପରି ନିଆଯାଇଛି। ଓଡ଼ିଶାରେ ମାଓହିଂସା କମିଥିବାରୁ ସେଠାରୁ ୧ ବାଟାଲିୟନ ବିଏସ୍ଏଫ ଯବାନଙ୍କୁ ପ୍ରତ୍ୟାହାର କରି ଛତିଶଗଡରେ ମୁତୟନ କରିବା ଲାଗି ପ୍ରସ୍ତାବ ରହିଥିଲା। କିଛିଦିନ ହେଲା ଛତିଶଗଡରେ ମାଓବାଦୀଙ୍କ ସକ୍ରିୟତା ବୃଦ୍ଧି ପାଇଥିଲା । କିନ୍ତୁ ଏବେ ସେହି ଦୁଇ ବାଟାଲିୟନର ଯବାନଙ୍କୁ ତୁରନ୍ତ ଜମ୍ମୁ ପଠାଇବାକୁ କୁହାଯାଇଛି। ଜମ୍ମୁ ସ୍ଥିତି ଭଲ ନାହିଁ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।