Pratidin TV

Odisha's Digital News Platform

ଗ୍ରାଜୁଏଟ୍‌ଙ୍କ ପାଇଁ ବଡ ଖବର : BSFC ରେ ଖାଲି ପଡିଛି ୫୦୦ ପଦବୀ , ଶୀଘ୍ର କରନ୍ତୁ ଆବେଦନ …

1 min read

ନୂଆଦିଲ୍ଲୀ : ସରକାରୀ ଚାକିରୀ ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ବାହାରିଲା ନିଯୁକ୍ତି । ଗ୍ରାଜୁଏଟ୍ /ଯୁକ୍ତ୩ ପଢା ସାରିଥିବା ଛାତ୍ରଛାତ୍ରୀମାନେ କରିପାରିବେ ଆବେଦନ । BSFC (ବିହାର ଫୁଡ୍ ଆଣ୍ଡ ସିଭିଲ୍ ସପ୍ଲାଇଜ୍ କରପୋରେସନ୍ ଲିମିଟେଡ୍‌)ବା ବିହାର ରାଜ୍ୟ ଖାଦ୍ୟ ଏବଂ ନାଗରିକ ଯୋଗାଣ ଲିମିଟେଡ୍‌ରେ ୫୦୦ ରୁ ଅଧିକ ସରକାରୀ ପଦବୀ ଖାଲି ପଡିଛି । ଯୋଗ୍ୟ ବା ଇଛ୍‌ୁକ ପ୍ରାର୍ଥୀମାନେ ଦିଆଯାଇଥିବା ଅଫିସିଆଲ ୱେବସାଇଟ୍ bceceboard.bihar.gov.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ ।

ଆବେଦନ କରିବାର ସମୟ ସୀମା –
ପ୍ରାର୍ଥୀମାନେ ୧୩ ଡିସେମ୍ବର ୨୦୨୨ ରୁ ୦୨ ଜାନୁୟାରୀ ୨୦୨୩ ସୁଦ୍ଧା ଆବେଦନ କରିପାରିବେ ।
ଏହାସହ ଯଦି କାହାର ଆବେଦନରେ କୌଣସି ତୃଟି ପରିଲକ୍ଷିତ ହୁଏ । ସେଗୁଡିକୁ ନିର୍ଭୁଲ କରିବାପାଇଁ ପ୍ରାର୍ଥୀ ମାନଙ୍କୁ ୨୦୨୩ ଜାନୁୟାରୀ ୬ ରୁ ୮ ତାରିଖ ଯାଏ ସମୟ ଦିଆଯିବ ।
ସେହିଭଳି ଆବେଦନ କରିଥିବା ଯୁବକ ଯୁବତୀମାନଙ୍କୁ ୱେବସାଇଟ୍ ଜରିଆରେ ପରୀକ୍ଷାର ତାରିଖ ଜଣାଯିବ ।

ଖାଲି ପଡିଥିବା ୫୨୬ ପଦବୀ –
ଲୋୟର ଡିଭିଜନ୍ କ୍ଲର୍କ (LDC) – ୧୩୩ ପୋଷ୍ଟ
ଗୁଣବତ୍ତା ନିୟନ୍ତ୍ରକ(କ୍ୱାଲିଟି କଣ୍ଟଣ୍ଟ୍ରୋଲର) – ୧୦୧ ପୋଷ୍ଟ
ଆକାଉଣ୍ଟାଣ୍ଟ – ୧୦ ଟି ପୋଷ୍ଟ
ସହକାରୀ ଆକାଉଣ୍ଟାଣ୍ଟ ଅଫିସର (AAO) – ୨୦ ଟି ପୋଷ୍ଟ
ସହକାରୀ ଅଧିକାରୀ (ଆସିଷ୍ଟାଣ୍ଟ ଅଫିସର)- ୨୬୨ ପୋଷ୍ଟ

ଯୋଗ୍ୟତା

ଆବେଦନ କରିବାକୁ ଯାଉଥିବା ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା କଲେଜରୁ ସମ୍ପୃକ୍ତ ବିଷୟ ଉପରେ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ ।
ସେହିଭଳି ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ପ୍ରାର୍ଥୀ MBA କିମ୍ବା PGDBM ରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ

ଏହା ବ୍ୟତୀତ ପ୍ରାର୍ଥୀମାନଙ୍କର ସମ୍ପୃକ୍ତ କ୍ଷେତ୍ରରେ ଅଭିଜ୍ଞତା ଥିବା ଆବଶ୍ୟକ ।

ବୟସ-
ପୁରୁଷ- ୨୧ ରୁ ୩୪ ବର୍ଷ
ମହିଳା-୨୧ରୁ ୪୦ ବର୍ଷ
ଆବେଦନ ଶୁକ୍ଳ-
ସେହିଭଳି ଜେନେରାଲ,ଓବିସି,ଇଡବଲ୍ୟୁଏସ୍ ବର୍ଗର ପ୍ରାର୍ଥୀମାନେ ୧୨୦୦ ଟଙ୍କା ଦେଇ ଏହାକୁ ଆବେଦନ କରିପାରିବେ । ଏସସି ,ଏସଟ ଏବଂ ଦିବ୍ୟଙ୍ଗ ପ୍ରର୍ଥୀମାନେ ୬୦୦ ଟଙ୍କା ଦେଇ ଅନଲାଇନ ଜରିଆରେ ଶୁକ୍ଳ ପୈଠ କରିପାରିବେ ।

Leave a Reply

Your email address will not be published. Required fields are marked *