Pratidin TV

Odisha's Digital News Platform

ବନ୍ଦ ହେବନି BSKY କାର୍ଡ ! , କାର୍ଡରେ ଜାରି ରହିବ ଚିକିତ୍ସା ..

1 min read

ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ)କୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ରାଜ୍ୟର କିଛି ଘରୋଇ ହସପିଟାଲଗୁଡିକ ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀମାନଙ୍କୁ ଫେରାଇ ଦେଉଛନ୍ତିି ବୋଲି ବିଭିନ୍ନ ଗଣମାଧ୍ୟରେ ଅଭିଯୋଗ ଆସୁଛି ।

ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ରୋଗୀ ଓ ରୋଗର କୈାଣସି ଜାତି, ଧର୍ମ ଓ ଦଳ ନାହିଁ । ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା । ସରକାର ପରିବର୍ତନ ଏକ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଂଚିତ ରଖାଯିବା ହେଉଛି ଏକ ସାମାଜିକ ଏବଂ ବୈଧାନିକ ଅପରାଧ । ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ସେବା ଓଡିଶାବାସୀଙ୍କୁ ଯୋଗାଇ ଦେବା ପାଇଁ କହିବା ସହିତ ପ୍ରଶାସନ ଏଭଳି ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ରାଜ୍ୟ ସଭାପତି ମନମୋହ ସାମଲ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *