Pratidin TV

Odisha's Digital News Platform

ବଢିଲା Airtel-Jio ର ଟେନ୍‌ସନ୍ , ଏବେ ୨୦୦ରୁ ଅଧିକ ସହରରେ ୫ଜି ସେବା ଯୋଗାଇବ Bsnl

1 min read

ନୂଆଦିଲ୍ଲୀ : ଭାରତରେ ଆନୁଷ୍ଠାନିକ ଭାବେ ୫ଜି ସେବାର ଲଞ୍ଚ ହୋଇସାରିଛି । କିନ୍ତୁ ବର୍ତ୍ତମାନ ଏହି ୫ଜି ସେବା କିଛିଟା ସହରରେ ଯୋଗଇ ଦିଆଯାଇଛି । ତେବେ ଏହାକୁ ସମଗ୍ର ଦେଶରେ ଯୋଗାଇ ଦେବା ନିମନ୍ତେ ସମୟ ଲାଗିପାରେ । ପ୍ରଥମେ ଜିଓ ଏବଂ ଏୟାରଟେଲ ଏହି ୫ ଜି ସେବାକୁ କିଛିଟା ସହରରେ ଯୋଗାଇଦେଇଥିବା ବେଳେ, ବର୍ତ୍ତମାନ ଭାରତରେ Bsnl ମଧ୍ୟ ନିଜର ୪ଜି ଏବଂ ୫ଜି ସେବାକୁ ଲଞ୍ଚ କରି ଏହାକୁ ଦେଶମଧ୍ୟରେ ପ୍ରାୟ ୨୦୦ଟି ସହରରେ ଯୋଗାଇଦେବାକୁ ଯାଉଛି ।

ଯାହାଫଳରେ ଏହା ଜିଓ ଏବଂ ଏୟାରଟେଲ ପାଇଁ ଏକ ମୁଣ୍ଡ ବିନ୍ଧାରେ କାରଣ ପାଲଟିଯାଇଛି । କାରଣ ଭାରତର ଘରୋଇ ଟେଲିକମ କମ୍ପାନିଗୁଡିକ ନିଜର ମୋବାଇଲ ସେବାଗୁଡିକର ମୂଲ୍ୟ ଆକାଶ ଛୁଆଁ କରୁଥିବା ବେଳେ । Bsnlର ସେବା ଗୁଡିକ ଲୋକମାନଙ୍କୁ ଖୁବ୍ ସସ୍ତାରେ ମିଳିଯାଏ । ଏବଂ ଏହାର ନେଟୱାର୍କ ମଧ୍ୟ ସମସସ୍ତ ସ୍ଥାନରେ ମିଳିଥାଏ ।ଯଦି ବିଏସଏନଏଲ ନିଜର ୫ଜି ସେବା ଯୋଗାଇ ଦେବ ତେବେ ଏୟାରଟେଲ ଏବଂ ଜିଓର ୟୁର୍ଜରଙ୍କ ସଂଖ୍ୟା ଦୃତଗତିରେ ହ୍ରାସ ପାଇବାରେ ଲାଗିବ ।

Advertisement

ତେବେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବିଷ୍ଣୋବଙ୍କ ସୂଚନା ଅନୁଯାୟୀ Bsnl ନିଜର ୫ଜି ସେବା ୨୦୨୩ ମସିହା ଅଗଷ୍ଟ ମାସ ୧୫ ତାରିଖରୁ ଆରମ୍ଭ କରିବ । ଏବଂ ଏହା ଜିଓ ଏବଂ ଏୟାରଟେଲ ଭଳି ନିଜର ୧୦ ଗୁଣା ହାଇସ୍ପିଡ୍ ସେବା ଯୋଗାଇଦେବ । ଆଗକୁ ୬ ମାସ ମଧ୍ୟରେ ପ୍ରାୟ ୨୦୦ ରୁ ଅଧିକ ସହରରେ ୫ଜି ସେବା ମିଳିଯିବ । ଏହାସହ ଆଗାମୀ ୨ ବର୍ଷ ମଧ୍ୟରେ ୮୦-୯୦ ପ୍ରତିଶତ ଜାଗାରେ ଏହି ସେବାର କଭରେଜ୍ କରାଯିବ । ସେହିପରି ଅନ୍ୟ ପା୍ଲନଗୁଡିକ ତୁଳନାରେ Bsnlର ୪ଜି ଏବଂ ୫ଜି ସେବାଗୁଡିକ ଖୁବ୍ ସଂସ୍ଥାରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବିଷ୍ଣୋବ । ଏନେଇ ଚିନ୍ତାରେ ପଡିଯାଇଛି ଜିଓ ଏବଂ ଏୟାରଟେଲ କମ୍ପାନୀ ।

Leave a Reply

Your email address will not be published. Required fields are marked *