Pratidin TV

Odisha's Digital News Platform

BSNL ସିମ ବ୍ୟବହାର କରୁଛନ୍ତି କି? ଏଣିକି ବିନା ସିମରେ କରିପାରିବେ କଲ ଓ ମେସେଜ…

1 min read

D2D କଲିଂର ଶୁଭାରମ୍ଭ ସରକାରୀ କମ୍ପାନୀ ବିଏସଏନଏଲ ଦ୍ବାରା ହେବ । BSNL D2D କଲିଂର ପରୀକ୍ଷଣ ମଧ୍ୟ ସମାପ୍ତ କରିଛି । D2D କଲିଂ ସୁବିଧା ପାଇଁ BSNL ଗ୍ଲୋବାଲ ସାଟେଲାଇଟ ଯୋଗାଯୋଗ ସଂସ୍ଥା ଭାଏସାଟ (Viasat) ସହିତ ସହଭାଗିତା ହୋଇଛି । D2D କଲିଂ ଦ୍ବାରା ଉପଭୋକ୍ତାମାନେ ପରସ୍ପରକୁ ସିମ୍‌କାର୍ଡ କିମ୍ବା ଅତିରିକ୍ତ ନେଟୱାର୍କ ବିନା ଅଡିଓ ଓ ଭିଡିଓ କଲ୍‌ କରିପାରିବେ । ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟତୀତ ଅନେକ ସ୍ମାର୍ଟ ଡିଭାଇସ୍ ସହିତ D2D ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ ଯେଉଁଥିରେ ସ୍ମାର୍ଟୱାଚ୍ ମଧ୍ୟ ସାମିଲ । ସବୁଠୁ ଖାସ କଥା ହେଉଛି D2D ଟେକ୍ନୋଲୋଜି ସେହି କ୍ଷେତ୍ରରେ ମଧ୍ୟ କାମ କରିବ ଯେଉଁଠାରେ କୌଣସି ନେଟୱାର୍କ ଉପଲବ୍ଧ ନାହିଁ ।

Viasat ଡାଇରେକ୍ଟ-ଟୁ-ଡିଭାଇସ୍ କନେକ୍ଟିଭିଟି ହେଉଛି ଏକ ବୈପ୍ଳବିକ ଟେକନିକ୍‌ ଯାହା ମୋବାଇଲ, ସ୍ମାର୍ଟ ୱାଚ୍ ଏପରିକି କାରଗୁଡ଼ିକୁ ସାଟେଲାଇଟ୍‌ ନେଟୱାର୍କ ସହିତ ସିଧାସଳଖ ସଂଯୋଗ କରିବାକୁ ସକ୍ଷମ ହେବ । ଏହି ଟେକ୍ନୋଲୋଜି ଉଭୟ ବ୍ୟକ୍ତିଗତ ଏବଂ ଡିଭାଇସ ଯୋଗାଯୋଗ ପାଇଁ ଡିଜାଇନ୍ ହୋଇଛି । ଯାହାକି ବିଶେଷ ଭାବରେ ଅପହଞ୍ଚ ଅଞ୍ଚଳରୁ ବିଶ୍ବସନୀୟ କନେକ୍ଟିଭିଟି ପ୍ରଦାନ କରିଥାଏ ।

Advertisement

ରିପୋର୍ଟ ଅନୁସାରେ BSNL ବ୍ୟତୀତ, ଅନ୍ୟ ପ୍ରମୁଖ ଟେଲିକମ ଅପରେଟର କମ୍ପାନୀ ଯେପରିକି Airtel, Jio ଓ Vodafone-Idea ସାଟେଲାଇଟ କନେକ୍ଟିଭିଟି ସେବା ପାଇଁ ଉଦ୍ୟମ ଚଳାଇଛନ୍ତି । ଅନ୍ୟପଟେ ଏହି ନେଟୱାର୍କ ପ୍ରଦାନକାରୀମାନେ ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ (Starlink) ସହିତ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି, ଯାହା ପୃଥିବୀ ବାୟୁମଣ୍ଡଳରେ ହଜାର ହଜାର ସାଟେଲାଇଟ ଲଞ୍ଚ କରିଛି ଏବଂ ଏହା ପୂର୍ବରୁ ବିଶ୍ବର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ ସଂଯୋଗ ପ୍ରଦାନ କରୁଛି ।

‘ସମଗ୍ର ବିଶ୍ୱ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଏ’; ବିଜୟ ପରେ ଡୋନାଲ୍ଡ ଟ୍ରମ୍ପ ଏପରି କଲେ ପ୍ରଶଂସା

Leave a Reply

Your email address will not be published. Required fields are marked *