Pratidin TV

Odisha's Digital News Platform

BTS ଫ୍ୟାନ୍ସଙ୍କୁ ବଡ ଝଟ୍‌କା : ହାତରେ ଗୀତାର ଛାଡି ଏଥର ଗନ୍ ଧରିବେ ‘ଜିନ୍‌’

1 min read

ନୂଆଦିଲ୍ଲୀ : ଦେଶ ବିଦେଶରେ ଖୁବ୍ କମ୍ ଲୋକ ଅଛନ୍ତି ଯାହାଙ୍କୁ ବିଟିଏସ୍ ବିଷୟରେ ଜଣାନାହିଁ । ନିଜ ମ୍ୟୁଜିକ୍ ,ବ୍ୟାଣ୍ଡ,ଡ୍ୟାନ୍ସକୁ ନେଇ ଏହି କୋରିଆନ୍ ପପ୍ ଗ୍ରୁପ୍‌ଟି ୱାଲ୍‌ଡ୍ ୱାଇଡ୍ ଫେମସ୍ । । ଅତି କମ୍ ବୟସରୁ ନିଜର ଭିନ୍ନ ପ୍ରତିଭା ଦେଖାଇ ରାଷ୍ଟ୍ରପତିଙ୍କଠୁ ପୁରଷ୍କୁତ ହୋଇଥିବା ପ୍ରଥମ କେ-ପପ୍ ଗ୍ରୁପ୍ ।

ବତ୍‌ର୍ମାନର ଯୁବପିଢିଙ୍କୁ ଖୁବ୍ ଆକର୍ଷିତ କରିଛି ଏହି କୋରିଅନ୍ ପପ୍ ସଙ୍ଗ ଗୁଡିକ୍ । ତେବେ କୋରିଆନ୍ ପପ୍‌ରୁ ବିଟିଏସ୍‌ଙ୍କ ପ୍ୟାନ୍ସ ବିଶ୍ୱବ୍ୟାପି ସର୍ବତ । ଏମିତିକି ଇଣ୍ଡିଆ ସହ ଅନେକ ଦେଶରୁ ଯୁବକ ଯୁବତୀ ମାନେ ବିଟିଏସ୍ ର ଗୋଟିଏ କଣ୍ଟେଷ୍ଟ ଦେଖିବା ପାଇଁ ପାଗଳ । ଯାହା ପାଇଂ ସେ ସାତ ଦରିଆ ପାରି ହୋଇ ଚାଲିଯାଉଛନ୍ତି ସିଓଲ । କେବଳ ସେତିକି ନୁହଁ ବିଟିଏସ୍‌ର ୭ ଜଣ କୋରିଆ ଯୁବକ କିଭଳି ଜିରୋରୁ ଏଭଳି ସୁପରଷ୍ଟାର ହୋଇପାରିଲେ ତାହା ମଧ୍ୟ ବର୍ତ୍ତମାନ ଯୁବପିଢିର ମୋଟିଭେସନ ପାଲଟିଯାଇଛି ।

ନିକଟରେ ବିଟିସ୍ ନିଜର ଏକ ଫ୍ରିକନ୍ସର୍ଟ ରଖିଥିଲା । ଯାହାର ଶେଷରେ ବିଟିଏସ୍‌ର ପ୍ରତ୍ୟକ ମେମ୍ବର ମାନେ ବର୍ତ୍ତମାନ ସେନାରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରକାଶ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଜିନ୍ ଙ୍କୁ ହିଁ ପ୍ରଥମେ ମିଲିଟାରି ସର୍ଭିସରେ ସାମିଲ କରାଯିବ । କାରଣ ଜିନ ସାଉଥ୍ କୋରିଆର ସେନାରେ ସାମିଲ ହେବା ପାଇଁ ସମସ୍ତ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି ।

ସେନାର ଆଦେଶ ଅନୁ୍‌ଯାୟୀ ଜିନ୍ ଗତକାଲି ଅର୍ଥାତ୍ ଡିସେମ୍ବର ୧୩ ତାରିଖରେ ଆର୍ମୀରେ ନିଜର ଦାୟିତ୍ୱ ଗ୍ରହଣ କରିଥିଲେ । ଜିନ୍‌ଙ୍କୁ ଏହି ଦାୟିତ୍ୱ ୧୮ ମାସ ପାଇଁ ଦିଆଯାଇଛି । ଏନେଇ ବିଟିଏସ୍‌ର ପ୍ୟାନ୍ସ ମାନେ ଅତ୍ୟନ୍ତ ଦୁଃଖିତ ହୋଇପଡିଥିଲେ । ଦେଶର କୋଣ ଅନୁକୋଣରୁ ଜିନଙ୍କ ପାଇଁ ଶ୍ରୀଘ୍ର ଏବଂ ସୁରକ୍ଷିତ ଫେରିଆସିବାର ବାର୍ତ୍ତା ଛୁଟିଆସିଥିଲା ।

ତେବେ ବିଟିଏସ୍‌ର ଅନ୍ୟ ୬ ଜଣ ଯଥା-ଆରଏମ୍ , ସୁଗା,ଜେହୁପ୍‌,ଭି,ଜଙ୍ଗକୁକ୍ ଓ ଜିମିନି ଜିନ୍‌ଙ୍କୁ ଆର୍ମି ଅଫିସରେ ଛାଡିଆସିବା ସହ ଭାବବିହ୍ୱଳ ହୋଇ ସେଠାରେ କାନ୍ଦି ପକାଇଥିଲେ । କାରଣ ଜିନ୍ ଥରେ କହିଥିଲେ ‘ଯେ ମୁଁ ଦିନେ ମୋ କୋଟୋ କୋଟି ତାରା ଭଳିଆ ପ୍ୟାନ୍ସ ଏବଂ ମୋର ୬ ଭାଇଙ୍କୁ ଛାଡି ଦୂରକୁ ଚାଲିଯିବି’ । ଯାହାକୁ ମନେପକାଇ ବିଟିଏସର ଅନ୍ୟ ମେମ୍ବର ମାନେ ଦୁଃଖିତ ହୋଇଯାଇଥିଲେ । ତେମେ ଆମେ ଜିନ୍‌ଙ୍କ ପାଇଁ ଏତିକି ପ୍ରାର୍ଥନା କରିବୁ ଯେ ସେ ଯଥା ଶ୍ରୀଘ୍ର ନିଜ କର୍ତ୍ତବ୍ୟ ସମ୍ପର୍ଣ୍ଣ କରି ପୁଣି ବିଟିଏସ୍‌କୁ ଫେରନ୍ତୁ ବୋଲି କହିଛନ୍ତି ବିଟିଏସ୍‌ର ହେଡ୍ .

Leave a Reply

Your email address will not be published. Required fields are marked *