Pratidin TV

Odisha's Digital News Platform

ବହୁ ଚର୍ଚ୍ଚିତ ବ୍ୟବସାୟୀ ବିନୋଦ ବିହାରୀ ହତ୍ୟା ଘଟଣା ; ଦୀର୍ଘ ୭ ବର୍ଷ ପରେ ଅପରାଧୀ ମାନଙ୍କୁ ମିଳିଲା ଦଣ୍ଡାଦେଶ …

କଟକ : କଟକ ଅତିରକ୍ତ ଜିଲ୍ଲା ଦୌରା ଜଜ ୩ ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୨୦୧୫ ମସିହା ଡିସମ୍ବରରେ କଟକ ସଦର ଅଞ୍ଚଳ ବ୍ରହଣ ଝରିଲୋ ରେ ବହୁ ଚର୍ଚ୍ଚିତ ବ୍ୟବସାୟୀ ବିନୋଦ ଦାସ ହତ୍ୟା ଘଟଣାରେ କୋର୍ଟ ରାୟ ପ୍ରଦାନ କରିଛନ୍ତି । ଏହି ଘଟଣା ରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅନ୍ୟତମ ଅଭିଯୁକ୍ତ ଚଗଲା ମଲ୍ଲିକ ୨୦୧୭ ରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

ଆଜୀବନ କାରାଦଣ୍ଡ ପାଇଥିବା ୪ଜଣ ହେଲେ ମୁଖ୍ୟ ଅଭିଯୁକ୍ତ ନିଗମାନନ୍ଦ ଓରଫ ଟୁଲିଆ ଜେନା, ନିହାର ପଟ୍ଟନାୟକ, ସୁମନ ଦାସ ଓ ମାଧିଆ ମଲ୍ଲିକ । ମିଳିଥିବା ସୂଚନା ମୁତାବକ ବ୍ୟବସାୟିକ ଶତ୍ରୁତା କୁ ନେଇ ହୋଇଥିଲା ଏହି ଜଘନ୍ୟ ହତ୍ୟା କାଣ୍ଡ ଘଟିଥିଲା । ବିନୋଦ ସେଦିନ ବ୍ରାହ୍ମଣ ଝରିଲୋରେ ଥିବା ତାଙ୍କ ମଦ ଦୋକାନ ନିକଟରେ ଛିଡା ହୋଇଥିବା ବେଳେ ସଙ୍ଘ ବଦ୍ଧ ହୋଇ ୫ ଜଣ ଗୁଳି କରି ବିନୋଦକୁ ହତ୍ୟା କରିଥିଲେ ।

ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ପୋଲିସ ୪ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସମସ୍ତେ ଗତ ୭ବର୍ଷ ହେବ ଜେଲ ରେ ଥିଲେ. ଆଜି ଏହି ରାୟ ପ୍ରକାଶ ପାଇବା ପରେ ବିନୋଦ ଙ୍କ ବଡ ଭାଇ ଓ ପରିବାର ଲୋକ ପୋଲିସ ଓ କୋର୍ଟ ଙ୍କୁ ଧନ୍ୟବାଦ ଜଣାଇବା ସହିତ ସେମାନଙ୍କୁ ନ୍ୟାୟ ମିଳିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *