ବଜେଟ ୨୦୨୩ : ଆୟକର ଦାତାଙ୍କୁ ମିଳିଲା ଆଶ୍ୱସ୍ତି , ଏଣିକି ୭ ଲକ୍ଷ ଟଙ୍କାର ଆୟ ଉପରେ ଦେବାକୁ ପଡିବନି ଟ୍ୟାକ୍ସ ..
1 min readନୂଆଦିଲ୍ଲୀ : ୨୦୨୩ ବଜେଟରେ ଆୟକର ଦାତାଙ୍କୁ ଆଶ୍ପସ୍ତି ମିଳିଛି । ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ନ୍ୟୁ ଟ୍ୟାକ୍ସ ରିଜିମ ଅନ୍ତର୍ଗତ ଏହା ଆୟକର ଦାତାଙ୍କୁ ପ୍ରଦାନ କରାଯିବ । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ବାର୍ଷିକ ଆୟକର ସୀମା ସ୍ଲାବ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଅର୍ଥାତ ୭ ଲକ୍ଷ ଯାଏ ଛାଡ ହେଲା ଆୟକର । ଅନ୍ୟପକ୍ଷେ ନିଜସ୍ୱ କର ବ୍ୟବସ୍ଥା ଘୋଷଣା କରିଛନ୍ତି । ଏହି କର ବ୍ୟବସ୍ଥା ଅନୁଯାୟୀ ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟକର ଶୂନ୍ୟ ରହିଛି । ତେବେ ଯେଉଁମାନେ ନୂଆ କର ବ୍ୟବସ୍ଥାକୁ ବାଛିବେ ସେମାନଙ୍କୁ ହିଁ ଏହି ସୁବିଧା ମିଳି ପାରିବ । କିନ୍ତୁ ଯେଉଁମାନେ ପୁରୁଣା ବ୍ୟବସ୍ଥାକୁ ବାଛିବେ ସେମାନଙ୍କୁ ଏହି ସୁବିଧା ମିଳିବ ନାହିଁ ।
୬ରୁ ୯ ଲକ୍ଷ ଆୟ ପାଇଁ କର ୧୦% ରହିଛି ।
୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫% ରହିଛି ।
୧୨ରୁ ୧୫ ଲକ୍ଷ ପାଇଁ ଆୟକର ୨୦%
୧୫ ଲକ୍ଷରୁ ଅଧିକ ଆୟ ପାଇଁ ୩୦% ଆୟକର ରହିଛି
ଏହି ବଜେଟ ଅନୁଯାୟୀ, ବାର୍ଷିକ ୯ ଲକ୍ଷ ଆୟ ଉପରେ ରହିବ ୪୫ ହଜାର ଆୟକର । ଏହି ଅଂଶ ରୋଜଗାରର ୫ ପ୍ରତିଶତ ରହିବ । ଏହା ପୂର୍ବରୁ ୯ ଲକ୍ଷ ଆୟ ପାଇଁ ୬୦ ହଜାର ଟାକ୍ସ ଦେବାକୁ ପଡୁଥିଲା । ସେହିପରି ୧୫ ଲକ୍ଷ ଆୟ ଉପରେ ବାର୍ଷିକ ଦେଢଲକ୍ଷ ଟ୍ୟାକ୍ସ ରହିବ । ପୂର୍ବରୁ ଏହାର ପରିମାଣ ୧ଲକ୍ଷ ୮୭ ହଜାର ୫୦୦ ଥିଲା । ଏବେ ସାଢେ ୧୫ ଲକ୍ଷ ଆୟ ଉପରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୨ହଜାର ୫୦୦ ଟଙ୍କା ରହିବ । ସେହିପରି ଅବସର ନେବା ପରେ ବଳିଥିବା ଛୁଟିର ଟଙ୍କା କର୍ମଚାରୀଙ୍କୁ ମିଳିଥାଏ । ଏଥିରେ ୩ ଲକ୍ଷ ପର୍ଯ୍ୟନ୍ତ ଟାକ୍ସ ପଡୁ ନ ଥିଲା । ଏବେ ଏହି ଲିମିଟେଶନକୁ ୨୫ ଲକ୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।