Pratidin TV

Odisha's Digital News Platform

ବଜେଟ ରେ ଗ୍ରାହକଙ୍କୁ ଦେଲେ ଖୁସି ଖବର , ଶସ୍ତା ହେଲା ସୁନା , ରୁପା , ପ୍ଲାଟିନମ ..

ସପ୍ତମ ଥର ସାଂସଦ ରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି  ବଜେଟ ଉପସ୍ଥାପନରେ   ବଡ଼ ଘୋଷଣା କରିଛନ୍ତି ସୀତରମଣ। ଏହି ବଜେଟ ମହଙ୍ଗା ମାଡ଼ରୁ ମିଳିବ ଆଶ୍ୱସ୍ତି ।  ଏହି ବଜେଟରେ  ସୁନା ଓ ରୁପାର ଦାମ କମ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ମୋବାଇଲ ଉପକରଣର ଦାମ ମଧ୍ୟ ହ୍ରାସ ପାଇପାରେ।  ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ସୁନା, ରୁପା ଓ ପ୍ଲାଟିନମ ଉପରେ ଲାଗୁଥିବା ସୀମା ଶୁଳ୍କ ହ୍ରାସ ପାଇବ।

ଏହାର ଅର୍ଥ ଦାମ ମଧ୍ୟ ସେହି ଅନୁସାରେ କମିପାରେ। ବଜେଟରେ କୁହାଯାଇଛି ଯେ ସୁନା, ରୁପା ଓ ପ୍ଲାଟିନମ ଉପରୁ ସୀମା ଶୁଳ୍କ କମିବ। ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ବା ସୀମା ଶୁଳ୍କ ୬% ହ୍ରାସ କରାଯିବ। ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ। ଏହାବାଦ ମୋବାଇଲ, ଚାର୍ଜର, ବ୍ୟାଟେରୀ ଶସ୍ତା ହେବ। ସଂପୃକ୍ତ ଜିନିଷ ଉପରୁ ସୀମା ଶୁଳ୍କ ହ୍ରାସ ନେଇ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *