Pratidin TV

Odisha's Digital News Platform

ଭାଙ୍ଗିବ ତାଜମହଲ ଏବଂ କୁତୁବ ମିନାର ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପି ବିଧାୟକଙ୍କ ଅପିଲ୍ ..

1 min read

ଗୁଆହାଟି : ଗୁଆହାଟି ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ଦ୍ୱାରା ସଂଶୋଧିତ ସିଲାବସରେ ମୋଗଲ ସାମ୍ରାଜ୍ୟର ଅଧ୍ୟାୟ ୧୨ ଶ୍ରେଣୀ ପୁସ୍ତକରୁ ଅପସାରଣ ମଧ୍ୟରେ ,ମଙ୍ଗଳବାର ଦିନ ଆସାମରୁ ଭାରତୀୟ ଜନତା ପାର୍ଟି ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଅନୁରୋଧ କରିଛନ୍ତି । ଯେଉଁଥିରେ ସେ ତାଜମହଲ ଏବଂ କୁଟୁବ ମିନାର ପରି ସ୍ମାରକୀ ଭାଙ୍ଗିବାକୁ ଅନୁରୋଧ କରିଥିଲେ।

ବିଜେପି ବିଧାୟକ ରୂପଜୋତି କୁର୍ମୀ କହିଛନ୍ତି ଯେ , ‘ମୁଁ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ତାଜମହଲ ଏବଂ କୁଟୁବ ମିନାର ଭାଙ୍ଗିବାକୁ ଅନୁରୋଧ କରୁଛି। ଏହି ଦୁଇଟି ସ୍ମାରକୀ ସ୍ଥାନରେ ଦୁନିଆର ସବୁଠାରୁ ସୁନ୍ଦର ମନ୍ଦିର ନିର୍ମାଣ କରାଯିବା ଉଚିତ୍ । ସେହି ଦୁଇଟି ମନ୍ଦିରର ସ୍ଥାପତ୍ୟ ଏପରି ହେବା ଉଚିତ ଯେ ଅନ୍ୟ କୌଣସି ସ୍ମାରକୀ ସେମାନଙ୍କ ନିକଟରେ ରହିବା ଉଚିତ୍ ନୁହେଁ ।

Advertisement

ବିଧାୟକ ଏହା ମଧ୍ୟ କହିଛନ୍ତି ଯେ ଏହି ମନ୍ଦିର ନିର୍ମାଣ ପାଇଁ ସେ ଅତି କମରେ ଦେଢ ବର୍ଷର ବେତନ ଦାନ କରିବାକୁ ପ୍ରସ୍ତୁତ।
ଆପଣଙ୍କୁ କହିରଖୁଛୁ ଯେ ଚାରିଥର ବିଧାୟକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ସରମାଙ୍କ ଜଣେ ସମାଲୋଚକ -ରୂପଜ୍ୟୋତି କୁର୍ମୀ କଂଗ୍ରେସ ଛାଡି ଜୁନ୍ ୨୦୨୧ ରେ ବିଜେପିରେ ଯୋଗ ଦେଇଥିଲେ। ସେ ପୂର୍ବରୁ କଂଗ୍ରେସ ଟିକେଟରେ ମାରିଆନି ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ବିଜେପିରେ ଯୋଗଦେବା ପରେ ରୂପଜୋତି କୁର୍ମୀ ସମାନ ନିର୍ବାଚନମଣ୍ଡଳୀରୁ ପୁନର୍ବାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ତାଜମହଲ ଏବଂ କୁଟୁବ ମିନାର ସମ୍ବନ୍ଧରେ କୁର୍ମୀଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି । ଯେତେବେଳେ NCERT’ର ଦ୍ୱାଦଶ ସିଲାବସରୁ ମୋଗଲ ଇତିହାସ ହଟାଯିବା ଖବର ହେଡଲାଇନରେ ଅଛି। ସର୍ବଶେଷ ପରିବର୍ତ୍ତନରେ, NCERT ଦ୍ୱାଦଶ ଶ୍ରେଣୀ ସିଲାବସରେ ଇତିହାସ ପୁସ୍ତକରୁ ମୋଗଲ ସାମ୍ରାଜ୍ୟ ସହିତ ଜଡିତ ଅଧ୍ୟାୟଗୁଡ଼ିକୁ ହଟାଇ ଦେଇଛି । ଏହା ବ୍ୟତୀତ ହିନ୍ଦୀ ପୁସ୍ତକରୁ କିଛି କବିତା ଏବଂ ଅନୁଚ୍ଛେଦ ମଧ୍ୟ ହଟାଇ ଦିଆଯାଇଥିବା ସୁଚାନ ମିଳିଛି।

NCERT କହିଛି ଯେ ଏହି ପରିବର୍ତ୍ତନଗୁଡିକ ବର୍ତ୍ତମାନର ଏକାଡେମିକ୍ ଅଧିବେଶନ ୨୦୨୩-୨୦୨୪ ରୁ ପ୍ରଯୁଜ୍ୟ ହେବ । ସର୍ବଶେଷ ପରିବର୍ତ୍ତନ NCERT ସିଲାବସ୍ ଅନୁସରଣ କରୁଥିବା ଦେଶର ସମସ୍ତ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ହେବ।

Leave a Reply

Your email address will not be published. Required fields are marked *